କମୁଛି ସଂକ୍ରମଣ ସଂଖ୍ୟା, ଗତ 24 ଘଣ୍ଟାରେ 9 ଶହ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 811 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 13 ହଜାର 559 କରୋନା ସକ୍ରିୟ ରୋଗୀ ଅଛନ୍ତି ।

ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦୈନିକ ମାମଲାରେ ବୃଦ୍ଧି ପରେ ବର୍ତ୍ତମାନ ଏଥିରେ ହ୍ରାସ ହୋଇଛି । ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ପରେ ରହି ଆସୁଥିବା ବେଳେ ଏହା 9 ଶହ ତଳକୁ ଖସିଛି । ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଂଖ୍ୟା ରେ ସାମାନ୍ୟ ବୃଦ୍ଧି ହୋଇଛି ।

corona virus

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 811 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 13 ହଜାର 559 କରୋନା ସକ୍ରିୟ ରୋଗୀ ଅଛନ୍ତି । ସେହିପରି ଗତକାଲି କରୋନା କାରଣରୁ 9 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 46 ଲକ୍ଷ 62 ହଜାର 952 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 41 ଲକ୍ଷ 18 ହଜାର 882 ରେ ପହଞ୍ଚିଛି । ଏପରିକି ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 511 ହୋଇଛି ।

କରୋନା ବିରୋଧରେ ସାରା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 219 କୋଟି 75 ଲକ୍ଷ 22 ହଜାର 436 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+