ଗୋଟିଏ ଦିନ ପରେ ପୁଣି ବଢିଲା କରୋନା ମାମଲା, ଗତ 24 ଘଣ୍ଟାରେ 7231 ରୋଗୀ ଆକ୍ରାନ୍ତ

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 7 ହଜାର 231 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 10 ହଜାର 828 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ ଗତ କିଛି ଦିନ ଧରି ବୃଦ୍ଧି ପରେ ସୋମବାର ଏଥିରେ ଆଖିଦୃଶିଆ ହ୍ରାସ ହୋଇଥିଲା । କିନ୍ତୁ ଗୋଟିଏ ଦିନର ହ୍ରାସ ପରେ ଗତ 24 ଘଣ୍ଟାରେ ଏଥିରେ ପୁଣି ବୃଦ୍ଧି ହୋଇଛି । ଏପରିକି ଗତକାଲି ଏହା 7 ହଜାର ପାର୍ ହୋଇଛି ।

CoronaVirus

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 7 ହଜାର 231 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 10 ହଜାର 828 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 64 ହଜାର 667 କରୋନା ସକ୍ରିୟ ରୋଗୀ ଅଛନ୍ତି ।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 44 ହଜାର 28 ହଜାର 393 କୁ ବୃଦ୍ଧି ପାଇବା ସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 38 ଲକ୍ଷ 35 ହଜାର 852 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 27 ହଜାର 874 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 212 କୋଟି 39 ଲକ୍ଷ 92 ହଜାର 816 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 22 ଲକ୍ଷ 50 ହଜାର 854 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+