କରୋନା ଅପଡେଟ୍ : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 13272 ରୋଗୀ, 36 ଜଣଙ୍କର ପ୍ରାଣହାନି
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 13 ହଜାର 272 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 13 ହଜାର 900 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ କିଛି ଦିନ ହ୍ରାସ ପରେ ଏଥିରେ ପୁଣି ବୃଦ୍ଧି ପରିଲକ୍ଷିତ ହେଉଛି । କିନ୍ତୁ ଗତକାଲି ଏଥିରେ ସାମାନ୍ୟ ହ୍ରାସ ହୋଇ ବର୍ତ୍ତମାନ ଏହା 13 ହଜାର ପରେ ରହିଛି । ସକ୍ରିୟ ମାମଲା ଏକ ଲକ୍ଷ ପରେ ରହିଛି । ଏପରିକି କରୋନାଜନିତ ମୃତ୍ୟୁରେ ମଧ୍ୟ ଚିନ୍ତାର କାରଣ ପାଲଟିଛି ।

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 13 ହଜାର 272 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 13 ହଜାର 900 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 01 ହଜାର 166 କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା 36 ରେକର୍ଡ ହୋଇଛି ।
ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 43 ଲକ୍ଷ 27 ହଜାର 890 କୁ ବୃଦ୍ଧି ପାଇଥିବା ସହ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 36 ଲକ୍ଷ 99 ହଜାର 435 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 27 ହଜାର 289 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 209 କୋଟି 40 ଲକ୍ଷ 48 ହଜାର 140 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 13 ଲକ୍ଷ 15 ହଜାର 536 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications