ଅର୍ଥନୈତିକ ଅବନତି ଆଡକୁ ଗତି କରୁଛି ବିଶ୍ୱ, ରକେଟ୍ ବେଗରେ ବିକାଶ କରୁଛି ଭାରତ - ୱାର୍ଲ୍ଡ ବ୍ୟାଙ୍କ ରିପୋର୍ଟ
ବିଶ୍ୱର ଅଧିକାଂଶ ଦେଶର ବିକାଶର ଗତି ଧୀର ହେବାର ଆଶଙ୍କା ଥିବା ନେଇ ରିପୋର୍ଟରେ କୁହାଯାଇଛି । କିନ୍ତୁ, ଏହି ରିପୋର୍ଟରେ ଭାରତର ବିକାଶ ସ୍ଥିତିକୁ ନେଇ ଏକ ଭଲ ଖବର ରହିଛି ।
ନୂଆଦିଲ୍ଲୀ : ସାରା ବିଶ୍ୱ ଅର୍ଥନୈତିକ ଅବନତି ଆଡ଼କୁ ଗତି କରୁଛି । ଆମେରିକା, ଚୀନ୍ ଭଳି ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି । ଏପରିକି କେତେକ ବିକଶିତ ଦେଶ ମଧ୍ୟ ଏହି ମାନ୍ଦାବସ୍ଥାର ଶିକାର ହେବେ । ବିଶ୍ୱର ଅର୍ଥନୈତିକ ଅବସ୍ଥା ସମ୍ବନ୍ଧରେ ବିଶ୍ୱ ବ୍ୟାଙ୍କର ରିପୋର୍ଟରେ 2023 ବର୍ଷ ପାଇଁ ଚିନ୍ତାଜନକ ରିପୋର୍ଟ ଜାରି କରାଯାଇଛି । ବିଶ୍ୱର ଅଧିକାଂଶ ଦେଶର ବିକାଶର ଗତି ଧୀର ହେବାର ଆଶଙ୍କା ଥିବା ନେଇ ରିପୋର୍ଟରେ କୁହାଯାଇଛି । କିନ୍ତୁ, ଏହି ରିପୋର୍ଟରେ ଭାରତର ବିକାଶ ସ୍ଥିତିକୁ ନେଇ ଏକ ଭଲ ଖବର ରହିଛି । ବିଶ୍ୱର ଅନେକ ଦେଶର ବିକାଶ ହାର ହ୍ରାସ ହେଲେ ମଧ୍ୟ ଭାରତର ବିକାଶ ହାରରେ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

6.6 ପ୍ରତିଶତ ବଢିବ ଭାରତର ବିକାଶ
2023-24 ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି 6.6 ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରିଛି ବିଶ୍ୱ ବ୍ୟାଙ୍କ ରିପୋର୍ଟ । ଯଦିଓ ବିଶ୍ୱର ଅର୍ଥନୀତିର ଅଭିବୃଦ୍ଧି ପାଇଁ ସଙ୍କଟ ରହବିଛି କିନ୍ତୁ ଏହି ସମୟରେ ଭାରତର ଅଭିବୃଦ୍ଧି ବହୁତ ଭଲ ରହିବେ ବୋଲି ଜାନୁଆରୀ 10 ରେ ପ୍ରକାଶିତ ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି । ଆମେରିକା, ୟୁରୋପ ଏବଂ ଚୀନ୍ ସମେତ ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତିରେ ଦୁର୍ବଳ ଅଭିବୃଦ୍ଧି ହେତୁ ଚଳିତ ବର୍ଷର ଅର୍ତନୀତି ବିପଜ୍ଜନକ ଭାବରେ ପ୍ରଭାବିତ ହେବ ବୋଲି ବିଶ୍ୱ ବ୍ୟାଙ୍କ ଚେତାବନୀ ଦେଇଛି ।
ବିଶ୍ୱ ବ୍ୟାଙ୍କ କହିଛି ଯେ ପତନ ପରେ ମଧ୍ୟ ଭାରତର ଅଭିବୃଦ୍ଧି ହାର 6 ପ୍ରତିଶତରୁ ଅଧିକ ରହିବ । ଆପଣଙ୍କୁ କହିରଖୁଛୁ ଯେ, ଗତ ମାସରେ ବିଶ୍ୱ ବ୍ୟାଙ୍କ ଭାରତର ଅଭିବୃଦ୍ଧି ହାରକୁ ଆକଳନ କରିଥିଲା ଯେଉଁଥିରେ 2023-24 ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର 6.4 ପ୍ରତିଶତ ରହିବ ବୋଲି କୁହାଯାଇଥିଲା ।
ବିକାଶ ପ୍ରକଳ୍ପ ପାଇଁ ଗରିବ ଦେଶମାନଙ୍କୁ ଋଣ ଦେଉଥିବା ବିଶ୍ୱ ବ୍ୟାଙ୍କ କହିଛି ଯେ ଚଳିତ ବର୍ଷ ବିଶ୍ୱର ଅଭିବୃଦ୍ଧିର ପୂର୍ବାନୁମାନକୁ ପ୍ରାୟ ଅଧା ହ୍ରାସ କରି ମାତ୍ର 1.7 ପ୍ରତିଶତରେ ରଖାଯାଇଛି । ଯଦି ଏହି ପୂର୍ବାନୁମାନ ସଠିକ୍ ହୁଏ, ତେବେ ଏହା ଲଗାତାର ଦ୍ୱିତୀୟ ଥର ହେବ ଯେ ଗତ 30 ବର୍ଷ ମଧ୍ୟରେ ବିଶ୍ୱ ଅର୍ଥନୀତି ଏହାର ଦୁର୍ବଳ ଅଭିବୃଦ୍ଧି ଦେଖିବ ।
ବିଶ୍ୱ ବ୍ୟାଙ୍କ ଅନୁଯାୟୀ, 2008 ରେ ହୋଇଥିବା ଆର୍ଥିକ ଅବନତି ପରେ, 2020 ରେ କୋଭିଡ କାରଣରୁ ଆର୍ଥିକ ଅବନତି ହୋଇଛି । ଫଳରେ ବ୍ୟବସାୟ କ୍ଷେତ୍ର ବହୁ କ୍ଷତି ସହିଛି । ତେବେ ଆମେରିକା ଚଳିତ ବର୍ଷ ମାନ୍ଦାବସ୍ଥାରୁ ରକ୍ଷା ପାଇପାରେ । ଆମେରିକାର ଅର୍ଥନୀତି 0.5 ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ












Click it and Unblock the Notifications