ଅଗଷ୍ଟରେ ଦେଶର ବେକାରୀ ହାର ଏକ ବର୍ଷରେ ଅଧିକ - CMIE ରିପୋର୍ଟ
ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ର ତଥ୍ୟ ଅନୁଯାୟୀ ଅଗଷ୍ଟରେ ଭାରତର ବେକାରୀ ହାର ଅଗଷ୍ଟରେ 8.3 ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଜୁଲାଇରେ ବେକାରୀ ହାର 6.8 ପ୍ରତିଶତ, ଜୁନରେ 7.8 ଥିଲା ।
ନୂଆଦିଲ୍ଲୀ : ଦେଶ ପାଇଁ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଦେଶରେ ବଢୁଛି ବେକାରୀ ହାର । ଏକ ବର୍ଷ ମଧ୍ୟରେ ଅଗଷ୍ଟ ମାସରେ ବେକାରୀ ହାର ସର୍ବାଧିକ ହୋଇଛି । ଏହା ସହିତ ବେକାରୀ ସମସ୍ୟା ଉଭୟ ସରକାର ଓ ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।
ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ର ତଥ୍ୟ ଅନୁଯାୟୀ ଅଗଷ୍ଟରେ ଭାରତର ବେକାରୀ ହାର ଅଗଷ୍ଟରେ 8.3 ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଜୁଲାଇରେ ବେକାରୀ ହାର 6.8 ପ୍ରତିଶତ, ଜୁନରେ 7.8 ଥିଲା ।

CMIE ର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ ସହରାଞ୍ଚଳର ବେକାରୀ ହାର ଗ୍ରାମାଞ୍ଚଳର ବେକାରୀ ହାର ତୁଳନାରେ 8% ଅଧିକ ହୋଇଥାଏ, ଯାହା ସାଧାରଣତ 7 % ହୋଇଥାଏ । ଅଗଷ୍ଟରେ ସହରୀ ବେକାରୀ ହାର 9.6 ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଗ୍ରାମାଞ୍ଚଳର ବେକାରୀ ହାର 7.7 ପ୍ରତିଶତକୁ ବୃଦ୍ଧି ପାଇଛି । ତାଙ୍କ କହିବାନୁସାରେ, ଲଗାତାର ବର୍ଷା ବୁଣିବା କାର୍ଯ୍ୟକଳାପକୁ ପ୍ରଭାବିତ କରିଥିଲା, ଯେଉଁଥିପାଇଁ ଭାରତର ଗ୍ରାମାଞ୍ଚଳରେ ବେକାରୀ ହାର ବୃଦ୍ଧି ପାଇଛି ।
ରିପୋର୍ଟ ଅନୁଯାୟୀ, ଜୁଲାଇରେ 6.1 ପ୍ରତିଶତ ତୁଳନାରେ ଭାରତର ଗ୍ରାମାଞ୍ଚଳରେ ବେକାରୀ ହାର 7.7 ପ୍ରତିଶତକୁ ବୃଦ୍ଧି ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ହାର 37.6 ପ୍ରତିଶତରୁ 37.3 ପ୍ରତିଶତକୁ ଖସି ଆସିଛି । ବ୍ୟାସଙ୍କ ଅନୁଯାୟୀ ଗ୍ରାମାଞ୍ଚଳର ବେକାରୀ ହାର ହ୍ରାସ ପାଇପାରେ କାରଣ ମୌସୁମୀ ବିଳମ୍ବ ହେତୁ କୃଷି କାର୍ଯ୍ୟକଳାପ ବୃଦ୍ଧି ପାଇବ, କିନ୍ତୁ ସହରୀ ବେକାରୀ ହାର କ'ଣ ହେବ ତାହା ସ୍ପଷ୍ଟ ହୋଇନାହିଁ ।
ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ହରିୟାଣାର ସର୍ବାଧିକ ବେକାରୀ ହାର 37.3 ପ୍ରତିଶତ ରହିଛି । ଏହା ପରେ ଜାମ୍ମୁ କାଶ୍ମୀରରେ 32.8 ପ୍ରତିଶତ, ରାଜସ୍ଥାନ 31.4, ଝାଡଖଣ୍ଡ ରେ 17.3 ଏବଂ ତ୍ରିପୁରା 16.3 ପ୍ରତିଶତ ରହିଛି ।
ସେହିପରି ଛତିଶଗଡ଼ରେ ସର୍ବନିମ୍ନ 0.4 ପ୍ରତିଶତ ରହିଛି । ଏହା ପରେ ମେଘାଳୟରେ ବେକୀର ହାର 2 ପ୍ରତିଶତ ଥିବାବେଳେ ମହାରାଷ୍ଚ୍ରରେ 2.2%, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ ବେକାରୀ ହାର 2.6 % ରହିଛି ।
ଏଥି ସହିତ, ଏହି ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି ଯେ ଯେଉଁ ଦିନ ବିଜେପି ମୁଖପାତ୍ର ଦାବି କରିଛନ୍ତି ଯେ ଦେଶରେ ନିଯୁକ୍ତି ହାର ବୃଦ୍ଧି ପାଉଛି, ସେହିଦିନ ସିଏମିଆଇଇ ରିପୋର୍ଟ କରିଛି ଯେ ଅଗଷ୍ଟରେ ବେକାରୀ ହାର 8.3 ପ୍ରତିଶତକୁ ବୃଦ୍ଧି ହୋଇଛି । ଏପରିକି ସହରର ବେକାରୀ ହାର 9 ପ୍ରତିଶତ ରହିଛି ।












Click it and Unblock the Notifications