ସୁରକ୍ଷା ଦୃଷ୍ଟିରୁ ଚୀନ୍ର 54 ଟି ମୋବାଇଲ୍ ଆପ୍ ନିଷେଧ କରିବ ଭାରତ
ଭାରତ ସରକାର ଖୁବ୍ ଶୀଘ୍ର 54 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ । ଏହା ପଛର କାରଣ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଉଛି ।
ନୂଆଦିଲ୍ଲୀ : ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଜାରି ରହିଛି । ସେଠାରେ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଭାରତ ଚେଷ୍ଟା କରୁଛି, କିନ୍ତୁ ଚୀନ୍ ସୈନ୍ୟମାନେ ନିଜ କାର୍ଯ୍ୟକଳାପ ଜାରି ରଖିଛନ୍ତି, ଫଳରେ ଭାରତ ସୁରକ୍ଷା ଦୃଷ୍ଟିରୁ ଚୀନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି । ମିଳିଥିବା ସୁଚନା ଅନୁସାରେ, ଭାରତ ସରକାର ଖୁବ୍ ଶୀଘ୍ର 54 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ । ଏହା ପଛର କାରଣ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଉଛି ।

ସୂତ୍ରରୁ ପ୍ରକାଶ ଯେ ଭାରତ ସରକାର 54 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ । ଏଥିମଧ୍ୟରେ ସ୍ୱିଟ୍ ସେଲପି ଏଚଡି, ବିୟୁଟି କ୍ୟାମେରା - ସେଲଫି କ୍ୟାମେରା, ଇକ୍ୱାଲାଇଜର୍ ଏବଂ ବାସ୍ ବୁଷ୍ଟର୍, କ୍ୟାମକାର୍ଡ, ଆଇସୋଲାଣ୍ଡ 2: ଏଜେସ୍ ଅଫ୍ ଟାଇମ୍ ଲାଇଟ୍, ଭିଭା ଭିଡିଓ ଏଡିଟର୍, ଟେନ୍ସେଣ୍ଟ XRiver, ଓନମୋଜି ଚେସ୍, ଓନମୋଜି ଆରେନା, ଆପ୍ ଲକ୍, ଡୁଆଲ୍ ସ୍ପେସ୍ ଲାଇଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାପୂର୍ବରୁ ଗତ ବର୍ଷ ଜୁନ୍ ମାସ 2020 ରୁ ଟିକଟକ୍ ସହିତ 224 ଟି ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ଭାରତ ପ୍ରତିବନ୍ଧକ ଲଗାଇଥିଲା ।
ସୂଚନାନୁସାରେ, ଚାଇନିଜ୍ ଆପ୍ ଆରମ୍ଭରୁ ସନ୍ଦେହ ଘେରରେ ରହିଛି । ସେଗୁଡ଼ିକୁ ନୀରିକ୍ଷଣ ପରେ ଜାଣିବାକୁ ମିଳିଛି ଯେ ସେମାନେ ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି । ସେମାନେ ସେହି ତଥ୍ୟକୁ ଅନ୍ୟ କାହାକୁ ବିକ୍ରି କରୁଥିବାର ଆଶଙ୍କା କରାଯାଉଛି । ଏହା ଭାରତୀୟଙ୍କ ଗୋପନୀୟତା ଏବଂ ଦେଶର ସୁରକ୍ଷା ପ୍ରତି ବିପଦ । ଯେଉଁ କାରଣରୁ ସରକାର ଏହି କଠୋର ପଦକ୍ଷେପ ନେଉଛନ୍ତି ।












Click it and Unblock the Notifications