Get Updates
Get notified of breaking news, exclusive insights, and must-see stories!

ଚୀନ କୁ ପଛରେ ପକାଇ ଭାରତ ଏବେ ବିଶ୍ୱର ଜନବହୁଳ ଦେଶ

ନୂଆଦିଲ୍ଲୀ : ଜନସଂଖ୍ୟା ଦୃଷ୍ଟିରୁ ଭାରତ ଆନୁଷ୍ଠାନିକ ଭାବେ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ପାଲଟିଛି । ଚୀନ୍‌ କୁ ଦ୍ୱିତୀୟ ସ୍ଥାନରେ ରଖି ଭାରତ ବର୍ତ୍ତମାନ ସାରା ବିଶ୍ୱର ଏକ ନମ୍ବର ଜନବହୁଳ ଦେଶ ହୋଇଛି । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ୟୁଏନଏଫପିଏ) ର ସଦ୍ୟତମ ତଥ୍ୟ ଅନୁଯାୟୀ ଚୀନ୍ ତୁଳନାରେ ଭାରତରେ 2.9 ନିୟୁତ ଅଧିକ ଲୋକ ଅଛନ୍ତି । ଏହା ପରେ ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶରେ ପରିଣତ ହୋଇଛି ।

population

UNFPA ର 'ଦ ଷ୍ଟେଟ୍ ଅଫ୍ ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ, 2023' ଶୀର୍ଷକ '8 ବିଲିୟନ ଲାଇଭ୍ସ, ଇନିଫିନିଟି ପସିବିଲିଟି: ଦ କେସ୍ ଫର ରାଇଟ୍ସ ଆଣ୍ଡ ଚଏସ୍' ରିପୋର୍ଟ ବୁଧବାର ଦିନ ଜାରି କରିଛି । ଏହି ରିପୋର୍ଟ ଅନୁଯାୟୀ, ଭାରତର ଜନସଂଖ୍ୟା 142 କୋଟି 86 ଲକ୍ଷ । ଅନ୍ୟପକ୍ଷରେ ଚୀନ୍‌ର ଜନସଂଖ୍ୟା 142 କୋଟି 57 ଲକ୍ଷ ରହିଛି ।

ଏହି ବର୍ଷର ଆରମ୍ଭରେ, ବିଶ୍ୱ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ଯେ 2023 ମସିହାରେ ଭାରତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ । UNFPA ର ନୂତନ ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଜନସଂଖ୍ୟାରେ ଭାରତ ହେଉଛି ଏକ ନମ୍ବର । ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷରେ ଭାରତର ଜନସଂଖ୍ୟା 1.56 ପ୍ରତିଶତ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+