ମଙ୍କିପକ୍ସ ଭାଇରସକୁ ପୃଥକ କଲା ଭାରତ, ଟିକା ତିଆରି କରିବା ଦିଗରେ ବଡ଼ ସଫଳତା
ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବୁଧବାର କହିଛି ଯେ ଆମେ ସଫଳତାର ସହ ଭାଇରସର କ୍ଲିନିକାଲ୍ ପ୍ରଜାତିଗୁଡିକୁ ମଙ୍କିପକ୍ସ ରୋଗୀଙ୍କଠାରୁ ପୃଥକ କରିଛୁ । ମଙ୍କିପକ୍ସ ଟିକା ତିଆରି ଦିଗରେ ଆମେ ପ୍ରଥମ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛୁ ।
ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସର ବଢୁଥିବା ବିପଦ ମଧ୍ୟରେ ଭାରତର ସ୍ୱାସ୍ଥ୍ୟ ଏଜେନ୍ସିମାନେ ଏହାକୁ ରୋକିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବୁଧବାର କହିଛି ଯେ ଆମେ ସଫଳତାର ସହ ଭାଇରସର କ୍ଲିନିକାଲ୍ ପ୍ରଜାତିଗୁଡିକୁ ମଙ୍କିପକ୍ସ ରୋଗୀଙ୍କଠାରୁ ପୃଥକ କରିଛୁ । ମଙ୍କିପକ୍ସ ଟିକା ତିଆରି ଦିଗରେ ଆମେ ପ୍ରଥମ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛୁ । ଏହି ପଦକ୍ଷେପ ଭବିଷ୍ୟତର ଅନୁସନ୍ଧାନରେ ଦେଶର ଅନୁସନ୍ଧାନକାରୀଙ୍କୁ ମଙ୍କିପକ୍ସ ଟିକା ତିଆରି କରିବାରେ ସାହାଯ୍ୟ କରିବ । ବର୍ତ୍ତମାନ, ଡେନମାର୍କର ଏକ କମ୍ପାନୀ ନିକଟରେ ମଙ୍କିପକ୍ସର ଟିକା ଅଛି ।

ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରଜ୍ଞା ଯାଦବ କହିଛନ୍ତି ଯେ ମଙ୍କିପକ୍ସ ଭାଇରସ ପୃଥକ କରିବା ଦ୍ୱାରା ଏହାର ଏହାର ଚିହ୍ନଟ ପାଇଁ କିଟ୍ ପ୍ରସ୍ତୁତ କରିବା ସହ ଭବିଷ୍ୟତରେ ମଙ୍କିପକ୍ସ ଟିକା ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହେବ । ସ୍ମଲପକ୍ସ ପାଇଁ ପୂର୍ବରୁ ସମାନ ପ୍ରକ୍ରିୟାରେ ସଫଳତାର ସହିତ ଟିକା ପ୍ରସ୍ତୁତ କରାଯାଇଥିଲା । ଏଥର ମଧ୍ୟ ସମାନ ପନ୍ଥା ଗ୍ରହଣ କରାଯାଉଛି । ଏହି ଭୂତାଣୁକୁ ଅଲଗା କରିବା ଗବେଷକମାନଙ୍କୁ ଏହାର ଆଚରଣ ବୁଝିବାରେ ସାହାଯ୍ୟ କରିବ । ସର୍ବଶେଷରେ, ଏହା କିପରି ଲୋକମାନଙ୍କୁ ସଂକ୍ରମିତ କରେ, ଏହି ସଂକ୍ରମଣକୁ କିପରି ବୃଦ୍ଧିରୁ ରୋକାଯାଇପାରିବ, ଏହାକୁ ବୁଝିବାରେ ସାହାଯ୍ୟ କରିବ ।
ଆପଣଙ୍କୁ କହି ରଖୁଛୁ ମଙ୍କିପକ୍ସ ଭାଇରସ ଦ୍ୱିଗୁଣିତ DNA ଭୂତାଣୁ, ଯେଉଁଥିରେ ଦୁଇଟି ଭିନ୍ନ ଜେନେଟିକ୍ କ୍ଲେଡ୍ ଅଛି । ଯାହା ସେଣ୍ଟ୍ରାଲ୍ ଆଫ୍ରିକୀୟ ଏବଂ ପଶ୍ଚିମ ଆଫ୍ରିକୀୟ କ୍ଲେଡ୍ ଭାବେ ଚିହ୍ନଟ ହୋଇଛି । ସଂକ୍ରମିତ ରୋଗୀଙ୍କ ଭିତରେ ଏକ ପ୍ରକାର ତରଳ ପଦାର୍ଥ ରଖାଯାଏ, ଯାହା ସାହାଯ୍ୟରେ ଜୀବନ୍ତ ଭାଇରସ ଅଲଗା ହୋଇଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ଏହି ପଦାର୍ଥ ଏକ ଭାଇରସରେ ପରିଣତ ହୁଏ ଏବଂ ଭୂତାଣୁ ଏଥିରୁ ଅଲଗା ହୋଇଯାଏ । ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଏକ ହାଇ ବାୟୋ ସେପ୍ଟି ଲେବଲ ଆବଶ୍ୟକ କରେ । ଏହିପରି ଟେକ୍ନୋଲୋଜି ଦୁନିଆର କ୍ୱଚିତ୍ ଉପଲବ୍ଧ । ସମାନ କୌଶଳ କରୋନା ଭାଇରସ ସମୟରେ ମଧ୍ୟ ବ୍ୟବହୃତ ହୋଇଥିଲା । କରୋନା ଭାଇରସ NIV ରେ ପୃଥକ କରାଯାଇଥଲା, ଏହା ପରେ ଭାରତ ବାୟୋଟେକ୍ ଏହା ଉପରେ ଗବେଷଣା ଆରମ୍ଭ କରିଥିଲା । ସେମାନେ ମଧ୍ୟ ଏହା ଉପରେ ସମାନ ପ୍ରକ୍ରିୟା ଅନୁସରଣ କରିପାରିବେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications