For Quick Alerts
Turn On Notification  
For Daily Alerts
Oneindia App Download

ମଙ୍କିପକ୍ସ ଭାଇରସକୁ ପୃଥକ କଲା ଭାରତ, ଟିକା ତିଆରି କରିବା ଦିଗରେ ବଡ଼ ସଫଳତା

ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବୁଧବାର କହିଛି ଯେ ଆମେ ସଫଳତାର ସହ ଭାଇରସର କ୍ଲିନିକାଲ୍ ପ୍ରଜାତିଗୁଡିକୁ ମଙ୍କିପକ୍ସ ରୋଗୀଙ୍କଠାରୁ ପୃଥକ କରିଛୁ । ମଙ୍କିପକ୍ସ ଟିକା ତିଆରି ଦିଗରେ ଆମେ ପ୍ରଥମ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛୁ ।

|

ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସର ବଢୁଥିବା ବିପଦ ମଧ୍ୟରେ ଭାରତର ସ୍ୱାସ୍ଥ୍ୟ ଏଜେନ୍ସିମାନେ ଏହାକୁ ରୋକିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବୁଧବାର କହିଛି ଯେ ଆମେ ସଫଳତାର ସହ ଭାଇରସର କ୍ଲିନିକାଲ୍ ପ୍ରଜାତିଗୁଡିକୁ ମଙ୍କିପକ୍ସ ରୋଗୀଙ୍କଠାରୁ ପୃଥକ କରିଛୁ । ମଙ୍କିପକ୍ସ ଟିକା ତିଆରି ଦିଗରେ ଆମେ ପ୍ରଥମ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛୁ । ଏହି ପଦକ୍ଷେପ ଭବିଷ୍ୟତର ଅନୁସନ୍ଧାନରେ ଦେଶର ଅନୁସନ୍ଧାନକାରୀଙ୍କୁ ମଙ୍କିପକ୍ସ ଟିକା ତିଆରି କରିବାରେ ସାହାଯ୍ୟ କରିବ । ବର୍ତ୍ତମାନ, ଡେନମାର୍କର ଏକ କମ୍ପାନୀ ନିକଟରେ ମଙ୍କିପକ୍ସର ଟିକା ଅଛି ।

monkeypox

ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରଜ୍ଞା ଯାଦବ କହିଛନ୍ତି ଯେ ମଙ୍କିପକ୍ସ ଭାଇରସ ପୃଥକ କରିବା ଦ୍ୱାରା ଏହାର ଏହାର ଚିହ୍ନଟ ପାଇଁ କିଟ୍ ପ୍ରସ୍ତୁତ କରିବା ସହ ଭବିଷ୍ୟତରେ ମଙ୍କିପକ୍ସ ଟିକା ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହେବ । ସ୍ମଲପକ୍ସ ପାଇଁ ପୂର୍ବରୁ ସମାନ ପ୍ରକ୍ରିୟାରେ ସଫଳତାର ସହିତ ଟିକା ପ୍ରସ୍ତୁତ କରାଯାଇଥିଲା । ଏଥର ମଧ୍ୟ ସମାନ ପନ୍ଥା ଗ୍ରହଣ କରାଯାଉଛି । ଏହି ଭୂତାଣୁକୁ ଅଲଗା କରିବା ଗବେଷକମାନଙ୍କୁ ଏହାର ଆଚରଣ ବୁଝିବାରେ ସାହାଯ୍ୟ କରିବ । ସର୍ବଶେଷରେ, ଏହା କିପରି ଲୋକମାନଙ୍କୁ ସଂକ୍ରମିତ କରେ, ଏହି ସଂକ୍ରମଣକୁ କିପରି ବୃଦ୍ଧିରୁ ରୋକାଯାଇପାରିବ, ଏହାକୁ ବୁଝିବାରେ ସାହାଯ୍ୟ କରିବ ।

ଆପଣଙ୍କୁ କହି ରଖୁଛୁ ମଙ୍କିପକ୍ସ ଭାଇରସ ଦ୍ୱିଗୁଣିତ DNA ଭୂତାଣୁ, ଯେଉଁଥିରେ ଦୁଇଟି ଭିନ୍ନ ଜେନେଟିକ୍ କ୍ଲେଡ୍ ଅଛି । ଯାହା ସେଣ୍ଟ୍ରାଲ୍ ଆଫ୍ରିକୀୟ ଏବଂ ପଶ୍ଚିମ ଆଫ୍ରିକୀୟ କ୍ଲେଡ୍ ଭାବେ ଚିହ୍ନଟ ହୋଇଛି । ସଂକ୍ରମିତ ରୋଗୀଙ୍କ ଭିତରେ ଏକ ପ୍ରକାର ତରଳ ପଦାର୍ଥ ରଖାଯାଏ, ଯାହା ସାହାଯ୍ୟରେ ଜୀବନ୍ତ ଭାଇରସ ଅଲଗା ହୋଇଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ଏହି ପଦାର୍ଥ ଏକ ଭାଇରସରେ ପରିଣତ ହୁଏ ଏବଂ ଭୂତାଣୁ ଏଥିରୁ ଅଲଗା ହୋଇଯାଏ । ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଏକ ହାଇ ବାୟୋ ସେପ୍ଟି ଲେବଲ ଆବଶ୍ୟକ କରେ । ଏହିପରି ଟେକ୍ନୋଲୋଜି ଦୁନିଆର କ୍ୱଚିତ୍ ଉପଲବ୍ଧ । ସମାନ କୌଶଳ କରୋନା ଭାଇରସ ସମୟରେ ମଧ୍ୟ ବ୍ୟବହୃତ ହୋଇଥିଲା । କରୋନା ଭାଇରସ NIV ରେ ପୃଥକ କରାଯାଇଥଲା, ଏହା ପରେ ଭାରତ ବାୟୋଟେକ୍ ଏହା ଉପରେ ଗବେଷଣା ଆରମ୍ଭ କରିଥିଲା । ସେମାନେ ମଧ୍ୟ ଏହା ଉପରେ ସମାନ ପ୍ରକ୍ରିୟା ଅନୁସରଣ କରିପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India successfully isolates monkeypox virus, which will help to create vaccine
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X