ଚାନ୍ଦିପୁରରୁ DRDO ର ସଲିଡ୍ ଫୁଏଲ୍ ଡକ୍ଟେଡ୍ ମିସାଇଲର ସଫଳ ପରୀକ୍ଷଣ
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଶୁକ୍ରବାର ଦିନ ଓଡ଼ିଶା ଉପକୂଳବର୍ତ୍ତୀ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ଚାନ୍ଦିପୁରରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR) ବୁଷ୍ଟର ମସାଇଲର ସଫଳ ପରୀକ୍ଷଣ କରିଛି ।
ବାଲେଶ୍ୱର : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଶୁକ୍ରବାର ଦିନ ଓଡ଼ିଶା ଉପକୂଳବର୍ତ୍ତୀ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ଚାନ୍ଦିପୁରରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR) ବୁଷ୍ଟର ମସାଇଲର ସଫଳ ପରୀକ୍ଷଣ କରିଛି । DRDO ଏକ ପ୍ରେସ ବିବୃତ୍ତିରେ କହିଛି ଯେ ଏହି ପରୀକ୍ଷଣ ଜଟିଳ କ୍ଷେପଣାସ୍ତ୍ର ପ୍ରଣାଳୀରେ ଜଡିତ ସମସ୍ତ ଜଟିଳ ଉପାଦାନର ନିର୍ଭରଯୋଗ୍ୟ କାର୍ଯ୍ୟକଳାପକୁ ସଫଳତାର ସହ ପ୍ରଦର୍ଶନ କରିଛି ଏବଂ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ କରିଛି ।

ଏହି ମିସାଇଲ 350 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଶବ୍ଦର ଗତିଠାରୁ 4ଗୁଣ ଅଧିକ ବେଗରେ ଏହା ଗତି କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ମିସାଇଲର ସଫଳ ପରୀକ୍ଷଣ ନେଇ DRDO ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।
ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଲାବୋରେଟୋରୀ (DRDL), ହାଇଦ୍ରାବାଦର RCI, ହାଇଦ୍ରାବାଦ HEMRL, ପୁଣେର ସହଯୋଗରେ SFDR କୁ ବିକଶିତ କରାଯାଇଛି । SFDR ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO କୁ ଅଭିନନ୍ଦନ ଜଣାଇବା ସହ ଦେଶରେ ଜଟିଳ କ୍ଷେପଣାସ୍ତ୍ର ପ୍ରଯୁକ୍ତିର ବିକାଶ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ।












Click it and Unblock the Notifications