ଭାରତର ଫାର୍ମା ସେକ୍ଟର ବିଶ୍ୱରେ ବିଶ୍ୱାସ ହାସଲ କରିଛି - ନରେନ୍ଦ୍ର ମୋଦୀ
କୋଭିଡ -19 ମହାମାରୀ ସମୟରେ ଭାରତର ଫାର୍ମା ସେକ୍ଟର ବିଶ୍ୱର ଭରଷା ହାସଲ କରିପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର 'ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ' ପ୍ରସଙ୍ଗରେ ବଜେଟ୍ ପରବର୍ତ୍ତୀ ଏକ ୱେବିନିନାରକୁ ସମ୍ବୋଧିତ କରି ଏହା କହିଛନ୍ତି ।

ନୂଆଦିଲ୍ଲୀ : କୋଭିଡ -19 ମହାମାରୀ ସମୟରେ ଭାରତର ଫାର୍ମା ସେକ୍ଟର ବିଶ୍ୱର ଭରଷା ହାସଲ କରିପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର 'ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ' ପ୍ରସଙ୍ଗରେ ବଜେଟ୍ ପରବର୍ତ୍ତୀ ଏକ ୱେବିନିନାରକୁ ସମ୍ବୋଧିତ କରି ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯେତେବେଳେ ଆମେ ସ୍ୱାସ୍ଥ୍ୟ ସେବା ବିଷୟରେ ଆଲୋଚନା କରୁଛୁ, ଏହାକୁ ପୂର୍ବ କୋଭିଡ ଯୁଗ ଏବଂ ମହାମାରୀ ପରବର୍ତ୍ତୀ ଯୁଗର ବିଭାଜନ ସହିତ ଦେଖାଯିବା ଉଚିତ । ପୂର୍ବାପେକ୍ଷା ବର୍ତ୍ତମାନ ବିଶ୍ୱର ଧ୍ୟାନ ସ୍ୱାସ୍ଥ୍ୟସେବାକୁ ଆସିଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ କେବଳ ସ୍ୱାସ୍ଥ୍ୟସେବାରେ ସୀମିତ ନୁହେଁ ବରଂ କଲ୍ୟାଣ ପାଇଁ ଏକ ପାଦ ଆଗକୁ ବଢି କାମ କରୁଛି । ତେଣୁ ଆମେ 'ୱାନ ଆର୍ଥ ୱାନ ହେଲଥ'ର ଏକ ଭିଜନ୍ ବିଶ୍ୱ ସାମ୍ନାରେ ରଖିଛୁ । ଯୋଗାଣ ଶୃଙ୍ଖଳା କେତେ ଗୁରୁତ୍ୱପୂର୍ଣ୍ଣ ତାହା କରୋନା ଆମକୁ ଶିକ୍ଷା ଦେଇଛି ।
ସେ କହିଛନ୍ତି ଯେ ଯେତେବେଳେ ମହାମାରୀ ଚରମ ସୀମାରେ ପହଞ୍ଚିଥିଲା, ସେତେବେଳେ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଜିନିଷ ମଧ୍ୟ କିଛି ଦେଶ ପାଇଁ ଅସ୍ତ୍ର ହୋଇପାରିଥିଲା । ଆମେ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ସୀମିତ ରହିନାହୁଁ, ବରଂ ସମଗ୍ର ସରକାର ଉପରେ ଗୁରୁତ୍ୱାରୋପ କରିଛୁ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଦ୍ୟୋଗିତାକୁ ପ୍ରୋତ୍ସାହନ ଦେବା ନିମନ୍ତେ ତାଙ୍କ ସରକାର ଗ୍ରହଣ କରିଥିବା କେତେକ ପଦେକ୍ଷେପ କଥା ଉଲ୍ଲେଖ କରି ମୋଦୀ କହିଛନ୍ତି, ଭାରତ ଆଉ ବୈଷୟିକ ଜ୍ଞାନକୌଶଳ ଆମଦାନି ନ କରି ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଆମ ଉଦ୍ୟୋଗୀମାନେ ସୁନିଶ୍ଚିତ ହେବା ଉଚିତ ।
ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା 'ଆୟୁଷ୍ମାନ ଭାରତ' ଏବଂ ଶସ୍ତାରେ ଔଷଧ ବିକ୍ରୟ 'ଜନ ଔଷଧି' କେନ୍ଦ୍ର କଥା ଉଲ୍ଲେଖ କରି ସେ କହିଛନ୍ତି, ସୁଲଭ ମୂଲ୍ୟରେ ଚିକିତ୍ସା କଥା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଉପରୋକ୍ତ ଦୁଇ ଯୋଜନା ଯୋଗୁଁ ନାଗରିକମାନେ ଯଥାକ୍ରମେ 80 ହଜାର କୋଟି ଟଙ୍କା ଏବଂ 20 ହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି ।












Click it and Unblock the Notifications