ସୁସ୍ଥ ହେଲେ ଭାରତର ପ୍ରଥମ ମଙ୍କିପକ୍ସ ରୋଗୀ
କିଛି ଦିନ ପୂର୍ବରୁ କେରଳରେ ଭାରତର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା । ଦେଶର ପ୍ରଥମ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ଏନେଇ କେଳର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଦେଶରେ ଦେଖାଦେଇଥିବା ମଙ୍କିପକ୍ସ ଭାଇରସ ଆକ୍ରାନ୍ତ ସମ୍ପର୍କରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ କେରଳରେ ଭାରତର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା । ଦେଶର ପ୍ରଥମ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ଏନେଇ କେଳର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁସାରେ, କୋଲାମର ଜଣେ 35 ବର୍ଷୀୟା ମହିଳାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଇଥିଲା । ତାଙ୍କ ନମୁନା ପରୀକ୍ଷା କରିବା ପରେ ରିପୋର୍ଟ ସକରାତ୍ମକ ଆସିଥିଲା । ପରେ ତାଙ୍କୁ ଥିରୁବନନ୍ତପୁରମ୍ ସରକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଏହା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।
ଚିକିତ୍ସା ପରେ ତାଙ୍କର ଦୁଇଟି ନମୁନା ନିଆଯାଇ ପରୀକ୍ଷା କରାଯାଇଥିଲା, ଉଭୟ ନକାରାତ୍ମକ ଆସିଥିଲା । ତାଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ଭଲ ଅଛି । ଏହା ବ୍ୟତୀତ ଏହି ରୋଗ ହେତୁ ତାଙ୍କ ମୁହଁରେ ଦାଗ ରହିଥିଲା, ଚିକିତ୍ସା ପରେ ସେ ମଧ୍ୟ ଚାଲି ଯାଇଥିଲା ।
ସ୍ୱାସ୍ଥ୍ୟ ବିଭାଗ ଟିମ୍ ମଧ୍ୟ ସତର୍କତା ଭାବରେ ରୋଗୀର ପରିବାର ସଦସ୍ୟଙ୍କୁ ପରୀକ୍ଷା କରିଥିଲେ । ଏମାନଙ୍କ ରିପୋର୍ଟ ମଧ୍ୟ ନକାରାତ୍ମକ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଏହା ମଙ୍କିପକ୍ସର ପ୍ରଥମ ମାମଲା ହୋଇଥିବାରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଙ୍କ ନିର୍ଦ୍ଦେଶ ଅନୁଯାୟୀ 72 ଘଣ୍ଟା ବ୍ୟବଧାନରେ ଦୁଇଥର ପରୀକ୍ଷା କରାଯାଇଥିଲା । ଏହି ସମୟରେ, ଏହି ଭାଇରସ ଅନ୍ୟ ଦୁଇ ଜଣଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି, ଖୁବ୍ ଶୀଘ୍ର ସେ ମଧ୍ୟ ଡିସଚାର୍ଜ ହେବେ ।
ଆମେ ଆପଣଙ୍କୁ କହି ରଖୁଛୁ ବର୍ତ୍ତମାନ ଭାରତ ମଙ୍କିପକ୍ସ ପାଇଁ ଟିକା ପ୍ରସ୍ତୁତ କରିବା ଆରମ୍ଭ କରିଛି । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବୁଧବାର କହିଛି ଯେ ସେମାନେ ସଫଳତାର ସହ ମଙ୍କିପକ୍ସ ରୋଗୀଙ୍କଠାରୁ କ୍ଲିନିକାଲ୍ ନମୁନାକୁ ନେଇ ଭାଇରସକୁ ପୃଥକ କରିଛନ୍ତି । ଯାହାକି ଟିକା ପ୍ରସ୍ତୁତିରେ ସହାୟକ ହେବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications