For Quick Alerts
Turn On Notification  
For Daily Alerts
Oneindia App Download

ସୁସ୍ଥ ହେଲେ ଭାରତର ପ୍ରଥମ ମଙ୍କିପକ୍ସ ରୋଗୀ

କିଛି ଦିନ ପୂର୍ବରୁ କେରଳରେ ଭାରତର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା । ଦେଶର ପ୍ରଥମ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ଏନେଇ କେଳର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

|

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଦେଶରେ ଦେଖାଦେଇଥିବା ମଙ୍କିପକ୍ସ ଭାଇରସ ଆକ୍ରାନ୍ତ ସମ୍ପର୍କରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ କେରଳରେ ଭାରତର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା । ଦେଶର ପ୍ରଥମ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ଏନେଇ କେଳର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

monkeypox

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁସାରେ, କୋଲାମର ଜଣେ 35 ବର୍ଷୀୟା ମହିଳାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଇଥିଲା । ତାଙ୍କ ନମୁନା ପରୀକ୍ଷା କରିବା ପରେ ରିପୋର୍ଟ ସକରାତ୍ମକ ଆସିଥିଲା । ପରେ ତାଙ୍କୁ ଥିରୁବନନ୍ତପୁରମ୍ ସରକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଏହା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।

ଚିକିତ୍ସା ପରେ ତାଙ୍କର ଦୁଇଟି ନମୁନା ନିଆଯାଇ ପରୀକ୍ଷା କରାଯାଇଥିଲା, ଉଭୟ ନକାରାତ୍ମକ ଆସିଥିଲା । ତାଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ଭଲ ଅଛି । ଏହା ବ୍ୟତୀତ ଏହି ରୋଗ ହେତୁ ତାଙ୍କ ମୁହଁରେ ଦାଗ ରହିଥିଲା, ଚିକିତ୍ସା ପରେ ସେ ମଧ୍ୟ ଚାଲି ଯାଇଥିଲା ।

ସ୍ୱାସ୍ଥ୍ୟ ବିଭାଗ ଟିମ୍ ମଧ୍ୟ ସତର୍କତା ଭାବରେ ରୋଗୀର ପରିବାର ସଦସ୍ୟଙ୍କୁ ପରୀକ୍ଷା କରିଥିଲେ । ଏମାନଙ୍କ ରିପୋର୍ଟ ମଧ୍ୟ ନକାରାତ୍ମକ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଏହା ମଙ୍କିପକ୍ସର ପ୍ରଥମ ମାମଲା ହୋଇଥିବାରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଙ୍କ ନିର୍ଦ୍ଦେଶ ଅନୁଯାୟୀ 72 ଘଣ୍ଟା ବ୍ୟବଧାନରେ ଦୁଇଥର ପରୀକ୍ଷା କରାଯାଇଥିଲା । ଏହି ସମୟରେ, ଏହି ଭାଇରସ ଅନ୍ୟ ଦୁଇ ଜଣଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି, ଖୁବ୍ ଶୀଘ୍ର ସେ ମଧ୍ୟ ଡିସଚାର୍ଜ ହେବେ ।

ଆମେ ଆପଣଙ୍କୁ କହି ରଖୁଛୁ ବର୍ତ୍ତମାନ ଭାରତ ମଙ୍କିପକ୍ସ ପାଇଁ ଟିକା ପ୍ରସ୍ତୁତ କରିବା ଆରମ୍ଭ କରିଛି । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବୁଧବାର କହିଛି ଯେ ସେମାନେ ସଫଳତାର ସହ ମଙ୍କିପକ୍ସ ରୋଗୀଙ୍କଠାରୁ କ୍ଲିନିକାଲ୍ ନମୁନାକୁ ନେଇ ଭାଇରସକୁ ପୃଥକ କରିଛନ୍ତି । ଯାହାକି ଟିକା ପ୍ରସ୍ତୁତିରେ ସହାୟକ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
india's First Monkeypox patients Recovered In kerala
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X