ନୌସେନାରେ ସାମିଲ ହେବ ସ୍ୱଦେଶୀ ଜାହାଜ ଆଇଏନଏସ ବିକ୍ରାନ୍ତ
ଶୁକ୍ରବାର ଉଦଘାଟିତ ହେବ ଆଇଏନଏସ ବିକ୍ରାନ୍ତ । ସ୍ୱଦେଶୀ କାରିଗରିରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ ।
ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ସାମିଲ ହେବେ ଆଇଏନଏସ ବିକ୍ରାନ୍ତ । ଶୁକ୍ରବାର ଉଦଘାଟିତ ହେବ ଆଇଏନଏସ ବିକ୍ରାନ୍ତ । ସ୍ୱଦେଶୀ କାରିଗରିରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ ।

ଆସନ୍ତାକାଲି ଶୁକ୍ରବାର କେରଳ କୋଚି ସିପୟାର୍ଡରୁ ବିକ୍ରାନ୍ତକୁ ନୌସେନାକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଭାରତୀୟ ମହାସାଗରରେ ରାଜ୍ କରିବା କ୍ଷେତ୍ରରେ ଆଇଏନଏସ ବିକ୍ରାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଆଇଏନଏସ ବିକ୍ରାନ୍ତର ଲମ୍ବ ରହିଛି 262 ମିଟର । ଏଥିରେ 1700 ରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବେ । ଏଥିରେ 2300 କମ୍ପାର୍ଟମେଣ୍ଟ ରହିଛି ।
ଆଇଏନଏସ ବିକ୍ରାନ୍ତ ଏକାଥରକେ ସାତ ହଜାର 500 ନଟିକାଲ ମାଇଲ ଗତିକରିପାରିବ । ଏଥିରେ ମିଗ-29 ବିମାନ ରହିପାରିବ । ଏହାର ଉଚ୍ଚତା 59 ମିଟର ହୋଇଥିବାବେଳେ ଫାଇଟର ଜେଟ ଓ ହେଲିକପ୍ଟର ପରିବହନ କରାଯାଇପାରିବ । ବିକ୍ରାନ୍ତର 75 ପ୍ରତିଶତ କମ୍ପାର୍ଟମେଣ୍ଟ ସ୍ୱଦେଶୀ କାରିଗରୀରେ ନିର୍ମିତ । ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ପ୍ରକାର କବଚ ସାଜିବ ଆଇଏନଏସ ବିକ୍ରାନ୍ତ ।












Click it and Unblock the Notifications