For Quick Alerts
Turn On Notification  
For Daily Alerts
Oneindia App Download

ଭାରତର 10 ଧନୀ ବ୍ୟକ୍ତିଙ୍କ 5 ପ୍ରତିଶତ ଟ୍ୟାକ୍ସରେ ସବୁ ଗରିବ ପିଲା ଯାଇପାରିବେ ସ୍କୁଲ୍

ଭାରତର ଧନୀ ବ୍ୟକ୍ତିଙ୍କ ବିଷୟରେ ଏକ କୌତୁହଳପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ଭାରତର ମୋଟ ସମ୍ପତ୍ତିର ମୋଟ 40 ପ୍ରତିଶତ ଧନ କେବଳ 1 ପ୍ରତିଶତ ଧନୀଙ୍କ ପାଖରେ ଅଛି ।

|

ନୂଆଦିଲ୍ଲୀ: ଭାରତର ଧନୀ ବ୍ୟକ୍ତିଙ୍କ ବିଷୟରେ ଏକ କୌତୁହଳପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ଭାରତର ମୋଟ ସମ୍ପତ୍ତିର ମୋଟ 40 ପ୍ରତିଶତ ଧନ କେବଳ 1 ପ୍ରତିଶତ ଧନୀଙ୍କ ପାଖରେ ଅଛି । ଏପରିକି ମୋଟ ଜନସଂଖ୍ୟାର ନିମ୍ନ ବର୍ଗର ଲୋକଙ୍କ ପାଖରେ ମାତ୍ର 3 ପ୍ରତିଶତ ସମ୍ପତ୍ତି ଅଛି । ଏପରି ତଥ୍ୟ ନେଇ ରିପୋର୍ଟ ପ୍ରକାଶ କରିଛି Oxfam । ଭାରତରେ ଧନୀ ବ୍ୟକ୍ତିଙ୍କ ବିଷୟରେ ସୋମବାର ଏପରି ରିପୋର୍ଟ ପ୍ରକାଶ ପାଇଛି ।

rich

ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକର ପ୍ରଥମ ଦିନରେ ଅକ୍ସଫାମ ଇଣ୍ଟରନ୍ୟାସନାଲ ଏହାର ବାର୍ଷିକ ଅସମାନତା ରିପୋର୍ଟରେ କହିଛି ଯେ ଭାରତର 10 ଜଣ ଧନୀ ବ୍ୟକ୍ତିଙ୍କ ଉପରେ 5 ପ୍ରତିଶତ ଟ୍ୟାକ୍ସ ଲଗାଗଲେ, ଯେଉଁ ଅର୍ଥ ମିଳିବ ସେଥିରେ ସମସ୍ତ ପିଲାଙ୍କୁ ସ୍କୁଲ୍ ପଠାଯାଇପାରିବ ।

ଏହା ବ୍ୟତୀତ ଅକ୍ସଫାମ ରିପୋର୍ଟରେ କୁହାଯାଇଛି ଯେ ଯଦି 2017-2021 ଅବଧି ମଧ୍ୟରେ କେବଳ ଗୌତମ ଆଦାନୀଙ୍କ ଉପରେ ଏକାକାଳୀନ ଟିକସ୍ ରୁ ଯେଉଁ ଅର୍ଥ ମିଳିବ ସେଥିରୁ 1.79 ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇପାରିବ । ଏହି ଟଙ୍କାରେ ଏକ ବର୍ଷ ପାଇଁ ପାଞ୍ଚ ଲକ୍ଷରୁ ଅଧିକ ଭାରତୀୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ଯଥେଷ୍ଟ ହେବ ।

'ସର୍ଭାଇଭାଲ ଅଫ୍ ଦ ରିଚେଷ୍ଟ' ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ଭାରତର କୋଟିପତିମାନଙ୍କୁ ସେମାନଙ୍କ ସମ୍ପତ୍ତି ଉପରେ ଥରେ ମାତ୍ର 2 ପ୍ରତିଶତ ଥରେ ଟିକସ ଦିଅନ୍ତି, ତେବେ ଏହା ଆସନ୍ତା ତିନି ବର୍ଷ ମଧ୍ୟରେ ଦେଶରେ ପୁଷ୍ଟିହୀନ ଲୋକଙ୍କ କୁପୋଷଣ ଦୂର କରିବା ପାଇଁ 40,423 କୋଟି ଟଙ୍କା ବିନିଯୋଗ ହୋଇପାରିବ ।

ଦେଶର 10 ଧନୀଙ୍କ ଉପରେ 5 ପ୍ରତିଶତ ଟିକସ ପ୍ରାୟ 1.37 ଲକ୍ଷ କୋଟି ଟଙ୍କା ହେବ । ଏହି ରାଶି 2022-23 ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (86,200 କୋଟି) ଏବଂ ଆୟୁଷ ମନ୍ତ୍ରଣାଳୟ (3,050 କୋଟି) ବଜେଟଠାରୁ 1.5 ଗୁଣ ଅଧିକ ହେବ ।

ଲିଙ୍ଗଗତ ଅସମାନତା ବିଷୟରେ ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ ପୁରୁଷ ଶ୍ରମିକ ମାନେ 1 ଟଙ୍କା ରୋଜଗାର କରୁଥିବା ବେଳେ ମହିଳା କର୍ମୀଜୀବୀ ମାତ୍ର 63 ପଇସା ରୋଜଗାର କରନ୍ତି । ଅନୁସୂଚିତ ଜାତି ଏବଂ ଗ୍ରାମୀଣ ଶ୍ରମିକଙ୍କ ମଧ୍ୟରେ ପୁରୁଷ ଏବଂ ମହିଳାଙ୍କୁ ମିଳୁଥିବା ଟଙ୍କାରେ ପାର୍ଥକ୍ୟ ଆହୁରି ଅଧିକ । 2018 ରୁ 2019 ମଧ୍ୟରେ ଏସସି ଗୋଷ୍ଠୀର ଆୟ 55 ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଆୟ ସହରାଞ୍ଚଳର ଅଧା ଅଟେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India's 1 Percent Rich People Own 40 Percent Of Total Wealth Of the Country
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X