କର୍ଣ୍ଣାଟକରେ ଦୁଇ ଜଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରୋନର ଶିକାର

କର୍ଣ୍ଣାଟକରୁ ‘ଓମିକ୍ରୋନ୍' ଭାରିଆଣ୍ଟର ସଂକ୍ରମିତ ଦୁଇଟି ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଓମିକ୍ରୋନ ଭୂତାଣୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ 66 ବର୍ଷ ଓ 46 ବର୍ଷ ବୋଲି ଜଣାପଡିଛି ।

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରୋନ୍ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଏଭଳି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ କୋଭିଡ-19 ସ୍ଥିତିର ସମୀକ୍ଷା କରାଯାଇଛି । ଯେଉଁଥିରେ କର୍ଣ୍ଣାଟକରୁ 'ଓମିକ୍ରୋନ୍' ଭାରିଆଣ୍ଟର ସଂକ୍ରମିତ ଦୁଇଟି ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

omicron

ଓମିକ୍ରୋନ ଭୂତାଣୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ 66 ବର୍ଷ ଓ 46 ବର୍ଷ ବୋଲି ଜଣାପଡିଛି । ସେହିପରି ଦୁଇଜଣ ଓମିକ୍ରୋନ ଭାରିଆଣ୍ଟ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ 19 ଟି ଦେଶରେ 373 ଜଣ ଓମିକ୍ରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭାରତରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ, କିନ୍ତୁ ସଚେତନ ରହିବା ନିହାତି ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+