ତୀବ୍ର ହେଲାଣି କରୋନା ତୃତୀୟ ଲହର, ଗତ 24 ଘଣ୍ଟାରେ 90928 ରୋଗୀ ଚିହ୍ନଟ, 325 ରୋଗୀ ମୃତ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 90 ହଜାର 928 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 325 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ପୁଣି ତୀବ୍ର ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣରେ ଆଖିଦୃଶିଆ ବୃଦ୍ଧି ହୋଇଛି । ଏଥିସହିତ କରୋନାଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।
ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 90 ହଜାର 928 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 325 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 19 ହଜାର 206 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 2 ଲକ୍ଷ 85 ହଜାର 401 ଜଣ ସକ୍ରିୟ ରୋଗୀ ଅଛନ୍ତି ।
ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 51 ଲକ୍ଷ 9 ହଜାର 286 ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ 3 କୋଟି 43 ଲକ୍ଷ 41 ହଜାର 9 ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 82 ହଜାର 876 ହୋଇଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 147 କୋଟି 67 ଲକ୍ଷ 80 ହଜାର 227 ଡୋଜ୍ ଟିକା ଦିଆଯାଇଛି । ଗତ 24 ଘଣ୍ଟାରେ 91 ଲକ୍ଷ 25 ହଜାର 99 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications