କମିଲା କରୋନା ଦୈନିକ ସଂକ୍ରମଣ, 23 ହଜର ତଳେ ସକ୍ରିୟ ମାମଲା
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 862 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 1 ହଜାର 503 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ମାମଲାରେ କିଛି ଦିନ ବୃଦ୍ଧି ପରେ ଗତ 2 ଦିନ ଧରି ହ୍ରାସ ପରିଲକ୍ଷିତ ହୋଇଛି । ଲଗାତାର ତିନି ଦିନ ଧରି ମାମଲା 2 ହଜାର ପରେ ରହିବା ପରେ ଗତକାଲି 9 ଶହରୁ କମ୍ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 862 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 1 ହଜାର 503 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 22 ହଜାର 549 କରୋନା ସକ୍ରିୟ ରୋଗୀ ଅଛନ୍ତି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 46 ଲକ୍ଷ 44 ହଜାର 938 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 40 ଲକ୍ଷ 93 ହଜାର 409 ରେ ପହଞ୍ଚିଛି ।












Click it and Unblock the Notifications