କରୋନା ଅପଡେଟ୍ : ଏକ ଲକ୍ଷ ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା, ଗତ 24 ଘଣ୍ଟା ମଧ୍ୟରେ ମିଳିଲେ 8603 ରୋଗୀ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 8 ହଜାର 603 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗତ 24 ଘଣ୍ଟାରେ 415 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟାରେ ବଡ଼ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 9 ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 8 ହଜାର 603 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗତ 24 ଘଣ୍ଟାରେ 415 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 8 ହଜାର 190 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ଏକ ଲକ୍ଷରୁ ତଳକୁ ଖସି 99 ହଜାର 974 ରେ ପହଞ୍ଚିଛି ।
ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 46 ଲକ୍ଷ 24 ହଜାର 360 କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଦେଶରେ ଏ ପର୍ଯ୍ୟନ୍ତ ମୋଟ 3 କୋଟି 40 ଲକ୍ଷ 53 ହଜାର 856 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ଅପରପକ୍ଷରେ ଦେଶରେ ଏପର୍ଯ୍ୟନ୍ତ ମୋଟ 4 ଲକ୍ଷ 70 ହଜାର 530 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।












Click it and Unblock the Notifications