70 ଦିନ ପରେ ଦେଶରେ ସର୍ବନିମ୍ନ 84,332 କରୋନା ମାମଲା, 4002 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 84 ହଜାର 332 ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ 4002 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ କ୍ଷେତ୍ରରେ ତୀବ୍ର ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 84 ହଜାର 332 ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ 4002 ଜଣଙ୍କର ମୃତ୍ୟୁ ହୋଇଛି ।

70 ଦିନ ପରେ କରୋନାର ଦୈନିକ ମାମଲାରେ ସର୍ବନିମ୍ନ ରେକର୍ଡ କରାଯାଇଛି । ଏଥି ସହିତ ଦିନକୁ ଚାରି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 67 ହଜାର 81 କୁ ବୃଦ୍ଧି ପାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ନୂଆ ସଂକ୍ରମିତ ଚିହ୍ନଟ ପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 93 ଲକ୍ଷ 59 ହଜାର 155 କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1ଲକ୍ଷ 21 ହଜାର 311 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 79 ଲକ୍ଷ 11 ହଜାର 384 ରେ ପହଞ୍ଚିଛି । କରୋନାରୁ ସୁସ୍ଥଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁ କାରଣରୁ ବର୍ତ୍ତମାନ ଦେଶରେ ମୋଟ 10 ଲକ୍ଷ 80 ହଜାର 690 ସକ୍ରିୟ ମାମଲା ରହିଛି । ଏଥି ସହିତ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 24 କୋଟି 96 ଲକ୍ଷ 304 ଡୋଜ ଟିକା ଦିଆଯାଇଛି ।












Click it and Unblock the Notifications