କମିଲା ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ 83,876 ଲକ୍ଷ ରୋଗୀ ଚିହ୍ନଟ, 895 ମୃତ
ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 83 ହଜାର 876 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 1 ଲକ୍ଷ 99 ହଜାର 54 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ସମୟରେ କରୋନା କାରଣରୁ 895 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଭୟାବହତା ମଧ୍ୟରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞମାନଙ୍କ ଚିନ୍ତାର କାରଣ ପାଲଟିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 83 ହଜାର 876 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 1 ଲକ୍ଷ 99 ହଜାର 54 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ସମୟରେ କରୋନା କାରଣରୁ 895 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 22 ଲକ୍ଷ 72 ହଜାର 14 ରେ ପହଞ୍ଚିଛି । ଏଥିମଧ୍ୟରୁ ମୋଟ 4 କୋଟି 6 ଲକ୍ଷ 60 ହଜାର 202 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ 11 ଲକ୍ଷ 08 ହଜାର 938 ଜଣ ସକ୍ରିୟ ରୋଗୀ ଅଛନ୍ତି । ଏଯାବତ୍ କରୋନା କାରଣରୁ ମୋଟ 5 ଲକ୍ଷ 2 ହଜାର 874 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 1698 କୋଟି 63 ଲକ୍ଷ 80 ହଜାର 755 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ କାଲି 14 ଲକ୍ଷ 70 ହଜାର 53 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications