କରୋନା ଦୈନିକ ମାମଲାରେ ହ୍ରାସ, ଗତକାଲି ମୃତ୍ୟୁ ସଂଖ୍ୟା ଶୂନ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 829 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 1 ହଜାର 771 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ମାମଲାରେ ଗତ ତିନି ଦିନ ଧରି ହ୍ରାସ ପରିଲକ୍ଷିତ ହୋଇଛି । ଲଗାତାର ତିନି ଦିନ ଧରି ମାମଲା 2 ହଜାର ପରେ ରହିବା ପରେ ବର୍ତ୍ତମାନ ଏହା 9 ଶହରୁ କମ୍ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 829 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 1 ହଜାର 771 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 21 ହଜାର 607 କରୋନା ସକ୍ରିୟ ରୋଗୀ ଅଛନ୍ତି । ଏପରିକି ଗତକାଲି କୌଣସି କରୋନାଜନିତ ମୃତ୍ୟୁ ହୋଇନାହିଁ ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 46 ଲକ୍ଷ 45 ହଜାର 768 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 40 ଲକ୍ଷ 95 ହଜାର 180 ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁସଂଖ୍ୟା 5 ଲକ୍ଷ 28 ହଜାର 981 ହୋଇଛି ।
ଅପରପକ୍ଷରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ୍ 219 କୋଟି 57 ଲକ୍ଷ 62 ହଜାର 281 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 96 ହଜାର 623 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications