Get Updates
Get notified of breaking news, exclusive insights, and must-see stories!

10 ହଜାରୁ କମ୍ ହେଲା କରୋନା ଦୈନିକ ମାମଲା, ଗତ 24 ଘଣ୍ଟାରେ 8013 ରୋଗୀ ଚିହ୍ନଟ, 119 ଜଣଙ୍କର ପ୍ରାଣହାନି

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 8 ହଜାର 13 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 119 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କିଛି ଦିନ ଧରି କରୋନା ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରେ ବର୍ତ୍ତମାନ ଏହି ମାମଲାରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । କରୋନା ଦୈନିକ ମାମଲା ହ୍ରାସ ପାଇ ବର୍ତ୍ତମାନ 10 ହଜାର ତଳକୁ ଖସିଛି । ଏଥିସହିତ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।

CoronaVirus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 8 ହଜାର 13 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 119 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ 16 ହଜାର 765 ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 23 ଲକ୍ଷ 7 ହଜାର 686 ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 13 ହଜାର 843 କୁ ବୃଦ୍ଧି ପାଇଛି ।ବର୍ତ୍ତମାନ ଦେଶରେ 1 ଲକ୍ଷ 2 ହଜାର 601 ସକ୍ରିୟ ରୋଗୀ ଅଛନ୍ତି । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 24 ହଜାର 130 ହୋଇଛି ।

ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 177 କୋଟି 50 ଲକ୍ଷ 86 ହଜାର 335 ଡୋଜ୍ ଟିକା ଦିଆଯାଇଛି । ଗତକାଲି ଏଥିମଧ୍ୟରୁ 4 ଲକ୍ଷ 90 ହଜାର 321 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+