କରୋନା ଅପଡେଟ୍ : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 7447 ନୂଆ ରୋଗୀ, 391 ଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 7 ହଜାର 447 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 391 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ହେବା ପରେ ଆଜି ଆଖିଦୃଶିଆ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 8 ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 7 ହଜାର 447 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 391 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

CoronaVirus

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 7 ହଜାର 447 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 86 ହଜାର 415 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ନୂଆ ରୋଗୀ ଚିହ୍ନଟ ହୋ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 26 ହଜାର 49 ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ 3 କୋଟି 41 ଲକ୍ଷ 62 ହଜାର 765 ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 76 ହଜାର 869 ହେଲାଣି ।

ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 135 କୋଟି 99 ଲକ୍ଷ 96 ହଜାର 26 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ 24 ଘଣ୍ଟାରେ 70 ଲକ୍ଷ 46 ହଜାର 805 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+