7 ହଜାରୁ କମ୍ ହେଲା କରୋନା ଦୈନିକ ମାମଲା, ଗତ 24 ଘଣ୍ଟାରେ 6915 ରୋଗୀ ଚିହ୍ନଟ, 180 ଜଣଙ୍କର ପ୍ରାଣହାନି
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 6 ହଜାର 915 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 180 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କିଛି ଦିନ ଧରି କରୋନା ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରେ ବର୍ତ୍ତମାନ ଏହି ମାମଲାରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । କରୋନା ଦୈନିକ ମାମଲା ହ୍ରାସ ପାଇ ବର୍ତ୍ତମାନ 6 ହଜାରକୁ ଖସିଛି । ଏଥିସହିତ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 6 ହଜାର 915 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 180 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ 16 ହଜାର 864 ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 23 ଲକ୍ଷ 24 ହଜାର 550 ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 14 ହଜାର 23 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ 92 ହଜାର 472 ସକ୍ରିୟ ରୋଗୀ ଅଛନ୍ତି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 177 କୋଟି 70 ଲକ୍ଷ 25 ହଜାର 914 ଡୋଜ୍ ଟିକା ଦିଆଯାଇଛି । ଗତକାଲି ଏଥିମଧ୍ୟରୁ 18 ଲକ୍ଷ 22 ହଜାର 513 ଡୋଜ୍ ଟିକା ଦିଆଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications