ଚିନ୍ତା ବଢାଇଛି କରୋନାଜନିତ ମୃତ୍ୟୁ : ଗତ 24 ଘଣ୍ଟାରେ 67084 ରୋଗୀ ଚିହ୍ନଟ, 1241 ରୋଗୀ ମୃତ

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 67 ହଜାର 84 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 24 ଲକ୍ଷ 78 ହଜାର 60 ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ 7 ଲକ୍ଷ 90 ହଜାର 789 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରେ ଗତ କିଛି ଦିନ ହେବ ଆଖିଦୃଶିଆ ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି । ଦୈନିକ ସଂକ୍ରମଣରେ ହ୍ରାସ ହେବା ସତ୍ତ୍ୱେ କରୋନାଜନିତ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 67 ହଜାର 84 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 24 ଲକ୍ଷ 78 ହଜାର 60 ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ 7 ଲକ୍ଷ 90 ହଜାର 789 ଜଣ ସକ୍ରିୟ ରୋଗୀ ଅଛନ୍ତି ।

CoronaVirus

ସେହିପରି ଏହି ସମୟର ମଧ୍ୟରେ କରୋନା କାରଣରୁ ଦେଶରେ ମୋଟ 1241 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି । ଯାହାପରେ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା 5 ଲକ୍ଷ 6 ହଜାର 520 କୁ ବୃଦ୍ଧି ପାଇଛି ।

ଏଥିସହିତ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 1 ଲକ୍ଷ 67 ହଜାର 882 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥଙ୍କ ସଂଖ୍ୟା 4 କୋଟି 11 ଲକ୍ଷ 80 ହଜାର 751 ହୋଇଛି ।

ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟାସୁଦ୍ଧା ମୋଟ 171 କୋଟି 28 ଲକ୍ଷ 19 ହଜାର 947 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତକାଲି 46 ଲକ୍ଷ 44 ହଜାର 382 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+