କମୁଛି ଦୈନିକ ସଂକ୍ରମଣ: ଗତ 24 ଘଣ୍ଟାରେ 67, 597 କରୋନା ରୋଗୀ ଚିହ୍ନଟ
ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 67 ହଜାର 597 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 1 ଲକ୍ଷ 80 ହଜାର 456 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଭୟାବହତା ମଧ୍ୟରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞମାନଙ୍କ ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 67 ହଜାର 597 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 1 ଲକ୍ଷ 80 ହଜାର 456 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ସମୟରେ 1188 ଜଣ କରୋନା ରୋଗୀଙ୍କର ପ୍ରାଣହାନି ହୋଇଛି ।
ନୂଆ ତଥ୍ୟ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 23 ଲକ୍ଷ 39 ହଜାର 611 ରେ ପହଞ୍ଚିଛି । ଏଥିମଧ୍ୟରୁ 4 କୋଟି 08 ଲକ୍ଷ 40 ହଜାର 658 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ 9 ଲକ୍ଷ 94 ହଜାର 891 ଜଣ ସକ୍ରିୟ ରୋଗୀ ଅଛନ୍ତି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 170 କୋଟି 21 ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications