Get Updates
Get notified of breaking news, exclusive insights, and must-see stories!

ସାତ ହଜାର ତଳେ ଦୈନିକ ମାମଲା : ଗତ 24 ଘଣ୍ଟାରେ 6561 ରୋଗୀ ଚିହ୍ନଟ, 142 ମୃତ

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 6 ହଜାର 561 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 142 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କରୋନା ଦୈନିକ ସଂକ୍ରମଣରେ ବର୍ତ୍ତମାନ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । କରୋନା ଦୈନିକ ମାମଲା ହ୍ରାସ ପାଇ ବର୍ତ୍ତମାନ 7 ହଜାର ତଳକୁ ଖସିଛି । ଏଥିସହିତ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 6 ହଜାର 561 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ କରୋନା କାରଣରୁ 142 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

CoronaVirus

ଅପରପକ୍ଷରେ ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ 14 ହଜାର 947 ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 45 ହଜାର 160 ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 14 ହଜାର 338 କୁ ବୃଦ୍ଧି ପାଇଛି ।ବର୍ତ୍ତମାନ ଦେଶରେ 77 ହଜାର 152 ସକ୍ରିୟ ରୋଗୀ ଅଛନ୍ତି । ସେହିପରି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 45 ହଜୀର 160 ରେ ପହଞ୍ଚିଛି ।

ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 178 କୋଟି 02 ଲକ୍ଷ 63 ହଜାର 222 ଡୋଜ୍ ଟିକା ଦିଆଯାଇଛି । ଗତକାଲି ଏଥିମଧ୍ୟରୁ 21 ଲକ୍ଷ 83 ହଜାର 976 ଡୋଜ୍ ଟିକା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+