କମୁଛି କରୋନା ମାମଲା, ମିଳୁଛି ଆଶ୍ୱସ୍ତି ; ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 653 ଆକ୍ରାନ୍ତ

ନୂଆଦିଲ୍ଲୀ : କିଛି ଦିନ ଧରି କରୋନା ସଂକ୍ରମଣରେ ଅହେତୁକ ବୃଦ୍ଧଇ ପରେ ବର୍ତ୍ତମାନ ଏଥିରୁ ମିଳିଛି ଆଶ୍ୱସ୍ତି । ଗତ କିଛି ଦିନ ହେବ ଦୈନିକ କରୋନା ମାମଲାରେ ଆଖୃଦୃଶିଆ ହ୍ରାସ ହେବାରେ ଲାଗିଛି । ଦୈନିକ କରୋନା ମାମଲା ବର୍ତ୍ତମାନ 1 ହଜାର ତଳେ ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 653 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 2 ହଜାର 100 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 13 ହଜାର 037 ରେ ପହଞ୍ଚିଛି । ଏହି ସମୟରେ 9 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 49 ଲକ୍ଷ 82 ହଜାର 131 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 44 ଲକ୍ଷ 37 ହଜାର 304 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 790 ରୋଗୀ ପ୍ରାଣ ହରାଇଛନ୍ତି ।












Click it and Unblock the Notifications