କମିଲା ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ ମୋଟ 6,396 ସଂକ୍ରମିତ ଚିହ୍ନଟ, 201 ଜଣଙ୍କର ପ୍ରାଣହାନି
ଗତ 24 ଘଣ୍ଟାରେ ମୋଟ 6396 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 4 କୋଟି 29 ଲକ୍ଷ 51 ହଜାର 556 କୁ ବୃଦ୍ଧି ପାଇଛି । ସେହିପରି ଏହି ସମୟରେ ମୋଟ 201 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦେଶରେ କରୋନା ଦୈନିକ ସଂକ୍ରମଣରେ ଆଖିଦୃଶିଆ ହ୍ରାସ ହୋଇଛି । ଏଥି ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ, ଗତ 24 ଘଣ୍ଟାରେ ମୋଟ 6396 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 4 କୋଟି 29 ଲକ୍ଷ 51 ହଜାର 556 କୁ ବୃଦ୍ଧି ପାଇଛି । ସେହିପରି ଏହି ସମୟରେ ମୋଟ 201 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ମୋଟ 13 ହଜାର 450 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ 4 କୋଟି 23 ଲକ୍ଷ 67 ହଜାର 070 ଜଣ କୋନା ରୋଗୀ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ 5 ଲକ୍ଷ 14 ହଜାର 589 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଆଜି ଦେଶରେ ମୋଟ 69 ହଜାର 897 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ଦେଶରେ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନ ଅଧିନରେ ଆଜି ସୁଦ୍ଧା ମୋଟ 178 କୋଟି 29 ଲକ୍ଷ 13 ହଜାର 60 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତ କାଲି ସନ୍ଧ୍ୟା 5 ଟା ସୁଦ୍ଧା 24 ଲକ୍ଷ 84 ହଜାର 412 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications