ଧୀରେ ଧୀରେ କମୁଛି ଦୈନିକ କରୋନା ମାମଲା, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 6168 ରୋଗୀ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 6 ହଜାର 168 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 9 ହଜାର 685 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କରୋନା ମାମଲାରେ ଧୀରେ ଧୀରେ ହ୍ରାସ ହେଉଛି । ଗତ କିଛି ଦିନ ପୂର୍ବରୁ ଏଥିରେ ଅହେତୁକ ବୃଦ୍ଧି ପରେ ବର୍ତ୍ତମାନ ଏହା ହ୍ରାସ ପାଇବାରେ ଲାଗିଛି । ଯାହାକି ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ସେହିପରି ସକ୍ରିୟ ମାମଲାରେ ମଧ୍ୟ ଆଖିଦୃଶିଆ ହ୍ରାସ ହୋଇଛି । ଏପରିକି ଗତ 24 ଘଣ୍ଟାରେ କରୋନାଜନିତ ମୃତ୍ୟୁ ସଂଖ୍ୟା 11 କୁ ହ୍ରାସ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 6 ହଜାର 168 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 9 ହଜାର 685 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 59 ହଜାର 210 କରୋନା ସକ୍ରିୟ ରୋଗୀ ଅଛନ୍ତି ।
ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 44 ହଜାର 39 ହଜାର 923 କୁ ବୃଦ୍ଧି ପାଇବା ସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 38 ଲକ୍ଷ 55 ହଜାର 365 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 27 ହଜାର 932 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 212 କୋଟି 75 ଲକ୍ଷ 23 ହଜାର 421 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 22 ଲକ୍ଷ 40 ହଜାର 162 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications