କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 50407 ରୋଗୀ ଚିହ୍ନଟ, 804 ରୋଗୀ ମୃତ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 50 ହଜାର 407 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 25 ଲକ୍ଷ 86 ହଜାର 544 ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ 6 ଲକ୍ଷ 10 ହଜାର 443 ଜଣ ସକ୍ରିୟ ରୋଗୀ ଅଛନ୍ତି
ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରେ ଗତ କିଛି ଦିନ ହେବ ଆଖିଦୃଶିଆ ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି । ଦୈନିକ ସଂକ୍ରମଣରେ ହ୍ରାସ ହେବା ସହ ଆଜି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 50 ହଜାର 407 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 25 ଲକ୍ଷ 86 ହଜାର 544 ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ 6 ଲକ୍ଷ 10 ହଜାର 443 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ସେହିପରି ଏହି ସମୟର ମଧ୍ୟରେ କରୋନା କାରଣରୁ ଦେଶରେ ମୋଟ 804 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି । ଯାହାପରେ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା 5 ଲକ୍ଷ 7 ହଜାର 981 କୁ ବୃଦ୍ଧି ପାଇଛି ।
ଏଥିସହିତ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 1 ଲକ୍ଷ 36 ହଜାର 962 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥଙ୍କ ସଂଖ୍ୟା 4 କୋଟି 14 ଲକ୍ଷ 68 ହଜାର 120 ହୋଇଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟାସୁଦ୍ଧା ମୋଟ 172 କୋଟି 29 ଲକ୍ଷ 47 ହଜାର 688 ଡୋଜ୍ ଟିକା ଦିଆଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications