ଗତ 24 ଘଣ୍ଟାରେ 5,108 ଆକ୍ରାନ୍ତ ଚିହ୍ନଟ

ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 5,108 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । କିଛି ଦିନ ପୂର୍ବେ କରୋନା କୁ ନେଇ ଚିନ୍ତା ବଢିଥିବା ବେଳେ ବର୍ତ୍ତମାନ ଦୈନିକ ପଜିଟିଭ ମାମଲାରେ ହ୍ରାସ ପାଉଛି । ଏହାକୁ ନେଇ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି ଲୋକେ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 5,108 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଏହି ସଂଖ୍ୟା 4,369 ଥିଲା । ଦେଶରେ ସଂକ୍ରମଣ କମୁଥିବାବେଳେ, ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଦିନକରେ 5,675 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ମୋଟ ଦେଶରେ ସୁସ୍ଥ ସଂଖ୍ୟା 4,39,36,092ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ମନ୍ତ୍ରଣାଳୟ।

corona

ସୂଚନା ଅନୁଯାୟୀ, ଦେଶରେ ଦୈନିକ ପଜିଟିଭ ହାର 1.70% ରହିଛି ଏବଂ ସାପ୍ତାହିକ ପଜିଟିଭ ହାର 1.73%କୁ ହ୍ରାସ ପାଇଛି । ଆଜି ପର୍ଯ୍ୟନ୍ତ 5,28,216 ହଜାର କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ 89.02 କୋଟିରୁ ଅଧିକ କୋରୋନା ଟେଷ୍ଟିଂ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଛି। ଦିନକରେ କେବଳ 3,55,231ଟି ଟେଷ୍ଟିଂ ହୋଇଛି ।

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିସାରିଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 19,25,881 ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏବେ ଲୋକଙ୍କୁ ଫ୍ରି ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତିଦିନ ଦେଶରେ 20 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+