ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା : ଗତ 24 ଘଣ୍ଟା ମଧ୍ୟରେ 46, 164 ନୂଆ ମାମଲା ଚିହ୍ନଟ, 607 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46 ହଜାର 164 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 607 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ କରୋନା ମାମଲାରେ ସାମାନ୍ୟ ହ୍ରାସ ପରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46 ହଜାର 164 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 607 ଜଣଙ୍କର ମୃତ୍ୟୁ ହୋଇଛି ।

CoronaVirus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 25 ଲକ୍ଷ 58 ହଜାର 530 ରେ ପହଞ୍ଚିଥିବା ବେଳେ ମୋଟ 4 ଲକ୍ଷ 36 ହଜାର 365 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂତନ ମାମଲା ଆସିବା ପରେ ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 33 ହଜାର 725 ରହିଛି । 24 ଘଣ୍ଟା ମଧ୍ୟରେ 34 ହଜାର 159 ଲୋକ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ତଥ୍ୟ ପରେ ଦେଶରେ ଏଯାବତ୍ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 17 ଲକ୍ଷ 88 ହଜାର 440 କୁ ବୃଦ୍ଧି ପାଇଛି ।

ଏହା ବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 80 ଲକ୍ଷ 40 ହଜାର 407 ଡୋଜ୍ ଟୀକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ଟୀକାକରଣ ସଂଖ୍ୟା 60 କୋଟି 38 ଲକ୍ଷ 46 ହଜାର 475 ଡୋଜ୍ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+