କମୁନି ତୃତୀୟ ଲହର ଆଶଙ୍କା : ଗତ 24 ଘଣ୍ଟାରେ 42766 ନୂଆ ରୋଗୀ ଚିହ୍ନଟ, 308 ଜଣଙ୍କର ପ୍ରାଣହାନୀ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 42 ହଜାର 766 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 308 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ ସାମ୍ଭାବ୍ୟ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣରେ ବୃଦ୍ଧି ଦେଖାଦେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 42 ହଜାର 766 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

CoronaVirus
ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 308 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 38 ହଜାର 91 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ୍ ମୋଟ 4 ଲକ୍ଷ 40 ହଜାର 533 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 88 ହଜାର 673କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ 3 କୋଟି 21 ଲକ୍ଷ 38 ହଜାର 92 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂତନ ମାମଲା ଆସିବା ପରେ ଆଜି ଭାରତରେ ମୋଟ ସକ୍ରିୟ ମାମଲା 4 ଲକ୍ଷ 10 ହଜାର 48 ରହିଛି ।

କରୋନା ବିରୁଦ୍ଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 68 କୋଟି 46 ଲକ୍ଷ 69 ହଜାର 521 ଡୋଜ୍ ଟିକା ଦିଆଯାଇଛି । ଗତ 24 ଘଣ୍ଟାରେ 71 ଲକ୍ଷ 61ହଜାର 760 ଡୋଜ୍ ଟିକା ଦିଆଯାଇଛି । ସେହିପରି ଏହି ସମୟରେ 17 ଲକ୍ଷ 47 ହଜାର 476 ନମୁନା ପରୀକ୍ଷା କରାଯାଇଛି । ଏଯାବତ୍ ମୋଟ 53 କୋଟି 58 ହଜାର 218 ନମୁନା ପରୀକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+