କମୁନି ତୃତୀୟ ଲହର ଆଶଙ୍କା : ଗତ 24 ଘଣ୍ଟାରେ 42618 ନୂଆ ରୋଗୀ ଚିହ୍ନଟ, 330 ଜଣଙ୍କର ପ୍ରାଣହାନୀ
ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 330 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 36 ଜାର 385 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ୍ ମୋଟ 4 ଲକ୍ଷ 40 ହଜାର 225 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ସାମ୍ଭାବ୍ୟ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣ ମାମଲାରେ ଆଖିଦୃଶିଆ ହ୍ରାସ ହେଉ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 42 ହଜାର 618 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 330 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 36 ଜାର 385 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ୍ ମୋଟ 4 ଲକ୍ଷ 40 ହଜାର 225 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 45 ହଜାର 907କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ 3 କୋଟି 21 ଲକ୍ଷ 1 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂତନ ମାମଲା ଆସିବା ପରେ ଆଜି ଭାରତରେ ମୋଟ ସକ୍ରିୟ ମାମଲା 4 ଲକ୍ଷ 5 ହଜାର 681 ରହିଛି ।
କରୋା ବିରୁଦ୍ଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 67 କୋଟି 72 ଲକ୍ଷ 11 ହଜାର 205 ଡୋଜ୍ ଟିକା ଦିଆଯାଇଛି । ଗତ 24 ଘଣ୍ଟାରେ 58 ଲକ୍ଷ 85 ହଜାର 687 ଡୋଜ୍ ଟିକା ଦିଆଯାଇଛି । ସେହିପରି ଏହି ସମୟରେ 17 ଲକ୍ଷ 4 ହଜାର 970 ନମୁନା ପରୀକ୍ଷା କରାଯାଇଛି । ଏଯାବତ୍ ମୋଟ 52 କୋଟି 82 ଲକ୍ଷ 40 ହଜାର 38 ନମୁନା ପରୀକ୍ଷା କରାଯାଇଛି ।












Click it and Unblock the Notifications