ଥମୁନି କରୋନା ସଂକ୍ରମଣ : ଗତ 24 ଘଣ୍ଟାରେ 42,909 ନୂଆ ସଂକ୍ରମିତ ଚିହ୍ନଟ, 380 ଜଣଙ୍କ ପ୍ରାଣହାନୀ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 42 ହଜାର 909 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 380 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ କରୋନା ମାମଲାରେ ସାମାନ୍ୟ ହ୍ରାସ ପରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 42 ହଜାର 909 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 380 ଜଣଙ୍କର ମୃତ୍ୟୁ ହୋଇଛି ।

CoronaVirus
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 27 ଲକ୍ଷ 37 ହଜାର 939 ରେ ପହଞ୍ଚିଥିବା ବେଳେ ମୋଟ 4 ଲକ୍ଷ 38 ହଜାର 210 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂତନ ମାମଲା ଆସିବା ପରେ ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 76 ହଜାର 324 ରହିଛି । 24 ଘଣ୍ଟା ମଧ୍ୟରେ 34 ହଜାର 763 ଲୋକ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ତଥ୍ୟ ପରେ ଦେଶରେ ଏଯାବତ୍ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 19 ଲକ୍ଷ 23 ହଜାର 405କୁ ବୃଦ୍ଧି ପାଇଛି ।

ଏହା ବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31 ଲକ୍ଷ 14 ହଜାର 696 କୋଟି ଡୋଜ୍ ଟୀକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ଟୀକାକରଣ ସଂଖ୍ୟା 63 କୋଟି 43 ଲକ୍ଷ 81 ହଜାର 358 ଡୋଜ୍ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+