ତୀବ୍ର ହେଉଛି ତୃତୀୟ ଲହର ଆଶଙ୍କା : ଗତ 24 ଘଣ୍ଟାରେ 41,965 ନୂଆ ସଂକ୍ରମିତ ଚିହ୍ନଟ, 460 ମୃତ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41 ହଜାର 965 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 460 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ସାମ୍ଭାବ୍ୟ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣ ମାମଲାରେ କୌଣସି ହ୍ରାସ ପରିଲକ୍ଷିତ ହେଉ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 41 ହଜାର 965 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 460 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 28 ଲକ୍ଷ 10 ହଜାର 845 ରେ ପହଞ୍ଚିଥିବା ବେଳେ ମୋଟ 4 ଲକ୍ଷ 39 ହଜାର 20 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂତନ ମାମଲା ଆସିବା ପରେ ଆଜି ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 78 ହଜାର 181 ରହିଛି । 24 ଘଣ୍ଟା ମଧ୍ୟରେ 33 ହଜାର 964 ଲୋକ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ତଥ୍ୟ ପରେ ଦେଶରେ ଏଯାବତ୍ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 19 ଲକ୍ଷ 93 ହଜାର 644କୁ ବୃଦ୍ଧି ପାଇଛି ।
ଏହା ବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 କୋଟି 33 ଲକ୍ଷ 18 ହଜାର 718 କୋଟି ଡୋଜ୍ ଟୀକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ଟୀକାକରଣ ସଂଖ୍ୟା 65 କୋଟି 41 ଲକ୍ଷ 13 ହଜାର 508 ଡୋଜ୍ ହୋଇଛି ।












Click it and Unblock the Notifications