ସ୍ଥିର ରହିଛି କରୋନା ମାମଲା, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 3962 ଆକ୍ରାନ୍ତ

ନୂଆଦିଲ୍ଲୀ : କମୁଛି କରୋନା ସଂକ୍ରମଣ ଭୟ । ଦୈନିକ କରୋନା ମାମଲାରେ ଗତ କିଛି ଦିନ ଧରି ହ୍ରାସ ହେବାରେ ଲାଗିଛି । ଏହା ସହିତ କରନୋଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ହୋଇଥିଲା । କିନ୍ତୁ ବର୍ତ୍ତମାନ କରୋନା ମାମଲା ସ୍ଥିର ରହିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ପୁଣି ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ କରୋନା ମାମଲା 3 ହଜାର ପରେ ରହିଥିବା ବେଳେ 22 ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 3 ହଜାର 962 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 7 ହଜାର 873 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 36 ହଜାର 244 ରେ ପହଞ୍ଚିଛି । ଏହି ସମୟରେ 22 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 49 ଲକ୍ଷ 60 ହଜାର 678 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 43 ଲକ୍ଷ 92 ହଜାର 828 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 606 ରୋଗୀ ପ୍ରାଣ ହରାଇଛନ୍ତି ।












Click it and Unblock the Notifications