For Quick Alerts
Turn On Notification  
For Daily Alerts
Oneindia App Download

କମୁଛି କରୋନା ଦୈନିୁକ ସଂକ୍ରମଣ ମାମଲା, ସ୍ଥିର ରହିଛି କରୋନାଜନିତ ମୃତ୍ୟୁ ସଂଖ୍ୟା

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 388 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମୋଟ 506 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 5 ହଜାର 395 କରୋନା ସକ୍ରିୟ ରୋଗୀ ଅଛନ୍ତି ।

|

ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ କିଛି ଦିନ ବୃଦ୍ଧି ହେବା ପରେ ବର୍ତ୍ତମାନ ହ୍ରାସ ପରିଲକ୍ଷିତ ହୋଇଛି । ଗତ କିଛି ଦିନ ଧରି ଦୈନିକ ମାମଲା 5 ଶହ ପରେ ରହୁଥିବା ବେଳେ ଗତ ତିନି ଦିନ ଧରି 4 ଶହ ତଳେ ରହିଛି । ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଂଖ୍ୟା କମିଛି ।

corona virus

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 388 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମୋଟ 506 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 5 ହଜାର 395 କରୋନା ସକ୍ରିୟ ରୋଗୀ ଅଛନ୍ତି । ଅପରପକ୍ଷରେ ଗତକାଲି କରୋନା କାରଣରୁ 3 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 46 ଲକ୍ଷ 71 ହଜାର 219 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 41 ଲକ୍ଷ 35 ହଜାର 216 ରେ ପହଞ୍ଚିଛି । ଏପରିକି ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 608 ହୋଇଛି ।

କରୋନା ବିରୋଧରେ ସାରା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 219 କୋଟି 90 ଲକ୍ଷ 28 ହଜାର 193 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି ମାତ୍ର 71 ହଜାର 291 ଡୋଜ୍ ଟିକା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 388 Fresh Covid Cases In Last 24 Hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X