• search
For Quick Alerts
Turn On Notification  
For Daily Alerts

ଗତ 24 ଘଣ୍ଟାରେ 37875 ନୂଆ ରୋଗୀ ଚିହ୍ନଟ, 369 ଜଣଙ୍କର ପ୍ରାଣହାନୀ

|

ନୂଆଦିଲ୍ଲୀ : ଦେଶରେ ସାମ୍ଭାବ୍ୟ କରୋନା ଭାଇରସର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 875 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

CoronaVirus

ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 369 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 39 ହଜାର 114 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ୍ ମୋଟ 4 ଲକ୍ଷ 41 ହଜାର 411 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 30 ଲକ୍ଷ 96 ହଜାର 718 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ 3 କୋଟି 22 ଲକ୍ଷ 64 ହଜାର 51 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂତନ ମାମଲା ଆସିବା ପରେ ଆଜି ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 91 ହଜାର 256 ରହିଛି ।

କରୋନା ବିରୁଦ୍ଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 70 କୋଟି 75 ଲକ୍ଷ 43 ହଜାର 18 ଡୋଜ୍ ଟିକା ଦିଆଯାଇଛି । ଗତ 24 ଘଣ୍ଟାରେ 78 ଲକ୍ଷ 47 ହଜାର 625 ଡୋଜ୍ ଟିକା ଦିଆଯାଇଛି । ସେହିପରି ଏହି ସମୟରେ 17 ଲକ୍ଷ 53 ହଜାର 745 ନମୁନା ପରୀକ୍ଷା କରାଯାଇଛି । ଏଯାବତ୍ ମୋଟ 53 କୋଟି 49 ଲକ୍ଷ 43 ହଜାର 93 ନମୁନା ପରୀକ୍ଷା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports 37875 new positive cases in last 24 hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X