ସାମାନ୍ୟ ହ୍ରାସ ପରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା : ଗତ 24 ଘଣ୍ଟା ମଧ୍ୟରେ 37, 593 ନୂଆ ମାମଲା ଚିହ୍ନଟ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱରା ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 593 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ମାମଲାରେ ସାମାନ୍ୟ ହ୍ରାସ ପରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱରା ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 593 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 648 ଜଣଙ୍କର ମୃତ୍ୟୁ ହୋଇଛି ।

ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 25 ଲକ୍ଷ 12 ହଜାର 366 ରେ ପହଞ୍ଚିଥିବା ବେଳେ ମୋଟ 4 ଲକ୍ଷ 35 ହଜାର 7587 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂତନ ମାମଲା ଆସିବା ପରେ ଭାରତରେ ମୋଟ ସକ୍ରିୟ ମାମଲା 3 ଲକ୍ଷ 22 ହଜାର 327 ରେ ପହଞ୍ଚିଛି । 24 ଘଣ୍ଟା ମଧ୍ୟରେ 34 ହଜାର 169 ଲୋକ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ତଥ୍ୟ ପରେ ଦେଶରେ ଏଯାବତ୍ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 17 ଲକ୍ଷ 54 ହଜାର 281 କୁ ବୃଦ୍ଧି ପାଇଛି ।
ଏହା ବ୍ୟତୀତ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 61 ଲକ୍ଷ 90 ହଜାର 930 ଲୋକଙ୍କୁ ଟୀକାକରଣ କରାଯାଇଛି, ଏହା ପରେ ଦେଶରେ ମୋଟ ଟୀକାକରଣ ସଂଖ୍ୟା 59 କୋଟି 55 ଲକ୍ଷ 4 ହଜାର 593 ଡୋଜ୍ ହୋଇଛି । ସୁସ୍ଥ ହାର ବର୍ତ୍ତମାନ 97.67% କୁ ବୃଦ୍ଧି ପାଇଛି ।












Click it and Unblock the Notifications