ବଢୁଛି ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ 35,662 ନୂଆ ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 35 ହଜାର 662 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 33 ହଜାର 798 ଜଣ ଲୋକ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣରେ କିଛି ଦିନ ହ୍ରାସ ପରେ ପୁଣି ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 35 ହଜାର 662 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 33 ହଜାର 798 ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ଗତକାଲି ଦେଶରେ 34 ହଜାର 403 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏଥି ସହିତ 37 ହଜାର 950 ଜଣ ଲୋକ ସୁସ୍ଥ ହୋଇଥିଲେ ।
ଦୈନିକ ସଂକ୍ରମିତ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଯୋଗୁଁ ସକ୍ରିୟ ମାମଲା ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ମୋଟ 3 ଲକ୍ଷ 40 ହଜାର 639 ସକ୍ରିୟ ମାମଲା ରହିଛି ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 3 କୋଟି 34 ଲକ୍ଷ 17 ହଜାର 387 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3 କୋଟି 26 ଲକ୍ଷ 32 ହଜାର 222 ଜଣ ଲୋକ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications