କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ : 24 ଘଣ୍ଟା ମଧ୍ୟରେ 34457 ନୂତନ ରୋଗୀ ଚିହ୍ନଟ, 151 ରେ ସକ୍ରିୟ ମାମଲା ମଧ୍ୟ ସର୍ବନିମ୍ନ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାର 457 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 375 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଗତ ଏକ ଦିନରେ 36 ହଜାର 347 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ମହାମାରୀ ତୃତୀୟ ଲହରର ଭୟ ମଧ୍ୟରେ ଦେଶରେ ସଂକ୍ରମଣ କ୍ଷେତ୍ରରେ କିଛି ହ୍ରାସ ଘଟିଛି । ଶନିବାର ଦିନ ନୂତନ ପରିସଂଖ୍ୟାନ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାର 457 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 375 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଗତ ଏକ ଦିନରେ 36 ହଜାର 347 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଯାହା ପରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 61 ହଜାର 340 କୁ ଖସି ଆସିଛି । ଗତ 151 ଦିନ ମଧ୍ୟରେ ସକ୍ରିୟ ମାମଲାଗୁଡ଼ିକରେ ଏହା ହେଉଛି ସବୁଠାରୁ ବଡ ହ୍ରାସ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କରୋନା ରୋଗୀଙ୍କ ସୁସ୍ଥ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା 97.54 ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ 3 କୋଟି 15 ଲକ୍ଷ 97 ହଜାର 982 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 23 ଲକ୍ଷ 93 ହଜାର 286 କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଦେଶରେ କରୋନା ଯୋଗୁଁ ମୋଟ 4 ଲକ୍ଷ 33 ହଜାର 964 ଜଣଙ୍କର ପ୍ରାଣହାନୀ ହୋଇଛି ।












Click it and Unblock the Notifications