ବଢୁଛି ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ 34403 ନୂଆ ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାର 403 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 37 ହଜାର 950 ଜଣ ଲୋକ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣରେ କିଛି ଦିନ ହ୍ରାସ ପରେ ପୁଣି ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାର 403 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 37 ହଜାର 950 ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ଗତକାଲି ଦେଶରେ 30 ହଜାର 570 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏଥି ସହିତ 38 ହଜାର 303 ଜଣ ଲୋକ ସୁସ୍ଥ ହୋଇଥିଲେ । ଅପରପକ୍ଷରେ ଏହି ସମୟରେ 431 ଜଣଙ୍କର ମୃତ୍ୟୁ ହୋଇଥିଲା ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ମୋଟ 3 ଲକ୍ଷ 39 ହଜାର 56 ସକ୍ରିୟ ମାମଲା ରହିଛି ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 3 କୋଟି 33 ଲକ୍ଷ 81 ହଜାର 725 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3 କୋଟି 25 ଲକ୍ଷ 98 ହଜାର 424 ଜଣ ଲୋକ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications