କରୋନା ଅପଡେଟ୍ : ଗତ 24 ଘଣ୍ଟା ମଧ୍ୟରେ ମିଳିଲେ 34113 ରୋଗୀ, 346 ମୃତ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 34 ହଜାର 113 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 26 ଲକ୍ଷ 65 ହଜାର 534 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ହ୍ରାସ ପାଉଛି କରୋନା ଦୈନିକ ସଂକ୍ରମଣ । ଦୈନିକ ସଂକ୍ରମଣ ହ୍ରାସ ପାଇବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 34 ହଜାର 113 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 26 ଲକ୍ଷ 65 ହଜାର 534 ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ 4 ଲକ୍ଷ 78 ହଜାର 882 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ସେହିପରି ଏହି ସମୟର ମଧ୍ୟରେ କରୋନା କାରଣରୁ ଦେଶରେ ମୋଟ 346 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି । ଯାହାପରେ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା 5 ଲକ୍ଷ 9 ହଜାର 11 କୁ ବୃଦ୍ଧି ପାଇଛି ।
ଏଥିସହିତ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 91 ହଜାର 930 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥଙ୍କ ସଂଖ୍ୟା 4 କୋଟି 16 ଲକ୍ଷ 77 ହଜାର 641 ହୋଇଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟାସୁଦ୍ଧା ମୋଟ 172 କୋଟି 95 ଲକ୍ଷ 87 ହଜାର 490 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 11 ଲକ୍ଷ 66 ହଜାର 993 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications