ତିନି ହଜାର ଅତିକ୍ରମ କଲା ଦୈନିକ କରୋନା ମାମଲା, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 3303 ରୋଗୀ
ଗତ 24 ଘଣ୍ଟାରେ ମୋଟ 3303 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 39 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ନୂଆଦିଲ୍ଲୀ : ଗତ ଏକ ସପ୍ତାହ ହେଲା ଦୈନିକ କରୋନା ମାମଲା କ୍ରମାଗତ ଭାବେ ଦୁଇ ହଜାରରୁ ଅଧିକ ରହୁଥିବା ବେଳେ ଆଜି ଏହା ତିନି ହଜାର ଅତିକ୍ରମ କରିଛି । ଗତକାଲି ସାରା ଦେଶରେ ରେକର୍ଡ ହୋଇଥିବା କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଚିନ୍ତା ବଢାଇ ଦେଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 3303 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 39 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2563 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ବର୍ତ୍ତମାନ ଦେଶରେ ମୋଟ 16 ହଜାର 980 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 68 ହଜାର 799 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 28 ହଜାର 126 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 23 ହଜାର 693 ରୋଗୀଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 188 କୋଟି 40 ଲକ୍ଷ 75 ହଜାର 453 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 19 ଲକ୍ଷ 53 ହଜାର 437 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications