ତିନି ହଜାରକୁ ଖସିଲା ଦୈନିକ କରୋନା ମାମଲା, ଗତ 24 ଘଣ୍ଟାରେ 3208 ରୋଗୀ ଚିହ୍ନଟ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 3 ହଜାର 208 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 4 ହଜାର 255 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କରୋନା ମାମଲାରେ କିଛି ଦିନ ହେବ ହ୍ରାସ ହେଉଛି । ଗତ କିଛି ଦିନ ଧରି ଦୈନିକ କରୋନା ମାମଲା 4 ହଜାର ପାଖାପାଖି ରହୁଥିବା ବେଳେ ଗତକାଲି ଏହା 3 ହଜାରକୁ ଖସିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ହୋଇଛି । ଯାହାକି ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ସେହିପରି ସକ୍ରିୟ ମାମଲା 39 ହଜାର ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 3 ହଜାର 208 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 4 ହଜାର 255 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 39 ହଜାର 770 କରୋନା ସକ୍ରିୟ ରୋଗୀ ଅଛନ୍ତି । ଗତକାଲି କରୋନା କାରଣରୁ 10 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 45 ଲକ୍ଷ 72 ହଜାର 885 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 40 ଲକ୍ଷ 04 ହଜାର 553 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 28 ହଜାର 562 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 217 କୋଟି 82 ଲକ୍ଷ 43 ହଜାର 967 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 14 ଲକ୍ଷ 08 ହଜାର 253 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications