ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି : ଗତ 24 ଘଣ୍ଟାରେ 31, 923 ନୂଆ ସଂକ୍ରମିତ ଚିହ୍ନଟ, 282 ମୃତ

ଗତ 24 ଘଣ୍ଟାରେ ଦେଶରେ 31 ହଜାର 923 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 282 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ପୁଣି ବୃଦ୍ଧି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 31 ହଜାର 923 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ ଦେଶରେ 282 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

CoronaVirus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 35 ଲକ୍ଷ 63 ହଜାର 421 ରେ ପହଞ୍ଚିଛି । ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 46 ହଜାର 50କୁ ବୃଦ୍ଧି ପାଇଛି ।

ଏହି ସହିତ ଗତ 24 ଘଣ୍ଟାରେ 31 ହଜାର 990 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 3କୋଟି 28 ଲକ୍ଷ 15 ହଜାର 731 ହୋଇଛି । ଏହା ବ୍ୟତୀତ ବର୍ତ୍ତମାନ ଦେଶରେ 3 ଲକ୍ଷ 1 ହଜାର 640ଜଣ ସକ୍ରିୟ ରୋଗୀ ଅଛନ୍ତି ।

କରୋନା ବିରୁଦ୍ଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତ କାଲି ସୁଦ୍ଧା ସମୁଦାୟ 83 କୋଟି 39 ଲକ୍ଷ 90 ହଜାର 49 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟାରେ 71 ଲକ୍ଷ 38 ହଜାର 205 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+