2023 ରେ ସର୍ବାଧିକ କରୋନା ମାମଲା, ଗତ 24 ଘଣ୍ଚାରେ ଚିହ୍ନଟ ହେଲେ 3091 ଆକ୍ରାନ୍ତ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସାରା ଦେଶରେ ବଢୁଥିବା କରୋନା ସଂକ୍ରମଣ ବର୍ତ୍ତମାନ ଅଣାୟତ ହେବାରେ ଲାଗିଛି । ବର୍ତ୍ତମାନ ଅହେତୁକ ଭାବେ ଦୈନିକ କରୋନା ମାମଲା ବୃଦ୍ଧି ହେବାରେ ଲାଗିଛି । ଚଳିତ ବର୍ଷ କରୋନା ଦୈନିକ ମାମଲା ସର୍ବାଧିକ ହୋଇଛି । ଏହା ସହିତ ସକ୍ରିୟ ମାମଲା ମଧ୍ୟ ବଢିବାରେ ଲାଗିଛି । ଏପରିକି ବର୍ତ୍ତମାନ ଦୈନିକ ମାମଲା ମଧ୍ୟ 3 ହଜାର ପରେ ରହିଛି । ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି । ଯାହାକି ଲୋକଙ୍କ ମନରେ ପୁଣି କରୋନା ଆତଙ୍କ ଖେଳାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 3091 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 1390 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 15 ହଜାର 208 ରେ ପହଞ୍ଚିଛି । ଏହି ସମୟରେ 2 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 47 ଲକ୍ଷ 15 ହଜାର 787 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ଲକ୍ଷ 69 ହଜାର 711 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 867 ରୋଗୀ ପ୍ରାଣ ହରାଇଛନ୍ତି ।
ସାରା ଦେଶରେ କରୋନା ପାଇଁ ଜାରି ରହିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 220 କୋଟି 65 ଲକ୍ଷ 99 ହଜାର 034 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି କେବଳ 6 ହଜାର 553 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications