କରୋନା ଅପଡେଟ୍ : ଗତ 24 ଘଣ୍ଟା ମଧ୍ୟରେ ମିଳିଲେ 30615 ରୋଗୀ, 514 ମୃତ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 30 ହଜାର 615 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 27 ଲକ୍ଷ 23 ହଜାର 558 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦୈନିକ ସଂକ୍ରମଣରେ ହ୍ରାସ ହୋଇଛି । ଦୈନିକ ସଂକ୍ରମଣ ହ୍ରାସ ପାଇବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 30 ହଜାର 615 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 27 ଲକ୍ଷ 23 ହଜାର 558 ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ 3 ଲକ୍ଷ 70 ହଜାର 240 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ସେହିପରି ଏହି ସମୟର ମଧ୍ୟରେ କରୋନା କାରଣରୁ ଦେଶରେ ମୋଟ 514 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି । ଯାହାପରେ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା 5 ଲକ୍ଷ 9 ହଜାର 872 କୁ ବୃଦ୍ଧି ପାଇଛି ।
ଏଥିସହିତ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 82 ହଜାର 988 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥଙ୍କ ସଂଖ୍ୟା 4 କୋଟି 187 ଲକ୍ଷ 43 ହଜାର 446 ହୋଇଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ 173 କୋଟି 86 ଲକ୍ଷ 81 ହଜାର 675 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 41 ଲକ୍ଷ 54 ହଜାର 476 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications