ପୁଣି ବଢିଲା ଦୈନିକ ସଂକ୍ରମଣ : ଗତ 24 ଘଣ୍ଟାରେ 30570 ନୂଆ ସଂକ୍ରମିତ, 431 ମୃତ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 570 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 38 ହଜାର 303 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ ମୃତ୍ୟୁ ସଂଖ୍ୟା 431କୁ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଦୈନିକ ସଂକ୍ରମଣରେ କିଛି ଦିନ ହ୍ରାସ ପରେ ପୁଣି ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 570 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 38 ହଜାର 303 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ ମୃତ୍ୟୁ ସଂଖ୍ୟା 431କୁ ବୃଦ୍ଧି ପାଇଛି ।

ଗତକାଲି ଦେଶରେ 27 ହଜାର 176 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏଥି ସହିତ 38 ହଜାର 12 ଜଣ ଲୋକ ସୁସ୍ଥ ହୋଇଥିଲେ । ଅପରପକ୍ଷରେ ଏହି ସମୟରେ 284 ଜଣଙ୍କର ମୃତ୍ୟୁ ହୋଇଥିଲା ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ମୋଟ 3 ଲକ୍ଷ 42 ହଜାର 923 ସକ୍ରିୟ ମାମଲା ଥିବାସହ ଏପର୍ଯ୍ୟନ୍ତ କରୋନା କାରଣରୁ 4 ଲକ୍ଷ 43 ହଜାର 928 ଲୋକ ପ୍ରାଣ ହରାଇଛନ୍ତି ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 3 କୋଟି 33 ଲକ୍ଷ 47 ହଜାର 325 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3 କୋଟି 25 ଲକ୍ଷ 60 ହଜାର 474 ଜଣ ଲୋକ ସୁସ୍ଥ ହୋଇଛନ୍ତି ।
କରୋନା ବିରୁଦ୍ଧରେ ଦେଶବ୍ୟାପୀ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 76 କୋଟି 57 ଲକ୍ଷ 17 ହଜାର 137 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ 24 ଘଣ୍ଟାରେ 64 ସକ୍ଷ 51 ହଜାର 423 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications